ଭାରତର ଗଣତାନ୍ତ୍ରୀକ ଯୁବ ଫେଡେରେସନର ୭ମ ଜିଲ୍ଲା ସମ୍ମିଳନୀ
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା ): ଭାରତର ଗଣତାନ୍ତ୍ରୀକ ଯୁବ ଫେଡେରେସନ ପକ୍ଷରୁ ଗଜପତି ଜିଲ୍ଲାର ୭ମ ଜିଲ୍ଲା ସମ୍ମିଳନୀ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାକାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଗଠନର ୩୯ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟ ସଂପାଦକ ଯତୀନ ମହାନ୍ତି ସଂଗଠନର ପତ୍ତାକା ଉତ୍ତୋଳନ କରି ସହୀଦ ଭଗତ ସିଂଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ ସମ୍ମୀଳନୀରେ କେ.ସୋମେସ ଓ ୟାପି ଶବରଙ୍କ ସଭାପତିତ୍ୱ ସମ୍ମିଳନୀ ପରିଚାଳନା କରିଥିବାବେଳେ ସମ୍ମିଳନୀକୁ ଆଦିବାସୀ ନେତା ଦଣ୍ଡପାଣୀ ରଇତ ଉଦଘାଟନ କରିଥଲେ । ସମ୍ମିଳନୀରେ ଆଦିବାସୀ ନେତା କାର୍ତ୍ତିକ ଶବର, ଦଳିତ ନେତା ମୋହିତ ମିଶାଲ, ନିଜର ବକ୍ତବ୍ୟ ପ୍ରଦାନ କରି ସମ୍ମିଳନୀର ସଫଳତା କାମନା କରିଥିଲେ । ଉକ୍ତ ସଂଗଠନରେ ରାଜ୍ୟ ସଂପାଦକ ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୁବ ବିରୋଧୀ ନୀତିକୁ ଆଲୋଚନା କରି ମୋଦୀ ସରକାରଙ୍କ ବର୍ଷକୁ ୧କୋଟି ନିଯୁକ୍ତି କୁଆଡେ ଗଲା ପ୍ରଶ୍ନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ମୋଦୀ ସରକାରଙ୍କ ସମୟରେ ୯୦ ଲକ୍ଷ ଶ୍ରମିକ କାମ ହରାଇଛନ୍ତି । ଆମ ରାଜ୍ୟରୁ ୪୦ ଲକ୍ଷ ଯୁବକ ଦାଦନ ଖଟିବାକୁ ବାହାରକୁ ଯାଇଥିବାବେଳେ ରାଜ୍ୟରେ ଶିକ୍ଷା , ସ୍ୱାସ୍ଥ୍ୟ , ବିପର୍ଯ୍ୟସ୍ତ । ଏହାରସ୍ଥାୟୀ ପ୍ରତିକାର ପାଇଁ ଡି.ୱାଇ.ଏଫ.ଆଇ ଗଜପତି ଜିଲ୍ଲା କମିଟି ଲଗାତାର ଲଢେଇ ଚଲେଇ ରଖିବାକୁ ସେ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ୧୧ଜଣିଆ ଜିଲ୍ଲା କମିଟି ସଭ୍ୟ ଭାବେ ସଂପାଦକ ଶୁକୁ ଶବର , ସଭାପତି କୁଣ୍ଡିଙ୍ଗି ସୋମେଶ, ଉପସଭାପତି ମାନସ ଜେନା, ଯୁଗ୍ମ ସଂପାଦକ ଶୀନିବାସ ଗୟା, ୟାପି ଶବର , ଜଳିତା ଶବର, ନାଗେଶ୍ୱର ଶବର, ଇସାକ ଶବର , ଜଗା ରାଓ, ପି. ମୂରଲୀ କ୍ରୀଷ୍ଣା ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।


