ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌):ଗୋଳବନ୍ଧ ଆର୍ମି ଏଡି କଲେଜ ପରିସର ଏକ କ୍ୱାଟର୍ସରୁ ଜଣେ ଯବାନଙ୍କ ମୃତ ଶରୀର ରବିବାର ଉଦ୍ଧାର କରାଯାଇଛି । ଯବାନ ଜଣକ ପରିଚୟ ତାମିଲନାଡୁର ନବନୀତା କ୍ରିର୍ଷ୍ଣା ବୋଲି ଜଣାପଡିଛି ।ସେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ଜଣେ କର୍ମଚାରୀ । ସେ କୈାଣସି କାରଣରୁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ସେ ମାନସିକ ଚାପରେ ଏଭଳି ଆତ୍ମହତ୍ୟା କରିପାରନ୍ତି ବୋଲି ସନ୍ଦେହ କରାଯାଉଛି । ଶବ ବ୍ୟେବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଏ ସଂପର୍କରେ ସେନା ତରଫରୁ କୈାଣସି ସୁଚନା ମିଳିପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ