ଭାରତର ପ୍ରଥମ ଉବେର ଡ୍ରାଇଭର

(ଯୁଗାଦ୍ଦ ନ୍ୟୁଜ) , ଜୀବନର ସମସ୍ତ କଷ୍ଟ ଏବଂ ଅସୁବିଧାକୁ ଦୃଢ଼ତାର ସହ ସାମ୍ନା କରିବା ବ୍ୟକ୍ତି ହିଁ ପ୍ରକୃତରେ ଜୀବନରେ ସଫଳତା ହାସଲ କରିଥାଏ । ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ନୂଆଦିଲ୍ଲୀର ସାନୁ ବେଗମ୍ । ସେ ଭାରତର ପ୍ରଥମ ମହିଳା ଉବେର ଚାଳକ ହେବା ସହ ୪୦ ବର୍ଷ ବୟସରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦଶମ ପରୀକ୍ଷା ମାସ୍ କରିଛନ୍ତି । ଜୀବନର ଏହି ସ୍ତରରେ ନିଜକୁ ସକ୍ଷମ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବେଗମ୍ । ଆସନ୍ତୁ ଜାଣିବା କ’ଣ ରହିଥିଲା, ସାନୁଙ୍କ କାହାଣୀ ।
ତିନୋଟି ସନ୍ତାନର ମାଆ ସାନୁ ବେଗମ୍ ଏକୁଟିଆ ତାଙ୍କ ସନ୍ତାନମାନଙ୍କର ଲାଳନପାଳନ କରିଛନ୍ତି । ତାଙ୍କର ବୈବାହିକ ଜୀବନ ସେତେଟା ଭଲ ନଥିବାବେଳେ ତାଙ୍କ ସ୍ୱାମୀ ତାଙ୍କୁ ନିର୍ମମ ଭାବେ ମାରପିଟ କରୁଥିଲେ । ଏଣୁ ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହିଥିଲେ । ଏବେ ସେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଛି । ଏଣୁ ନିଜ ପିଲାମାନଙ୍କୁ ପାଠ ପଢ଼ାଇବା ସହ ଭଲ ମଣିଷ ଭାବେ ଗଢ଼ିବା ପାଇଁ ସାନ୍ତୁ ରୋଷେୟାଠାରୁ ଆରମ୍ଭ କରି କେୟାର୍ ଟେକର୍ ପର୍ଯ୍ୟନ୍ତ ସବୁ ପ୍ରକାରର କାମ କରିଛନ୍ତି । ଅନେକ ପ୍ରକାରର କାମ କରିଥିଲେ ହେଁ ତାଙ୍କର ଭଲ ରୋଜଗାର ହେଉନଥିଲା । ଥରେ ସାନୁ ଏକ ଫଶଉଣ୍ଡେସନ୍ ଦ୍ୱାରା ମାଗଣା ଗାଡ଼ି ଚାଳନା ଶିକ୍ଷା ପ୍ରଦାନ କରାଯାଉଥିବାର ଶୁଣିଥିଲେ । ଏହା ଅଧିକ କଷ୍ଟକର ବୋଲି ମଧ୍ୟ ଭାବିଥିଲେ ସେ । ତଥାପି ସେ ଅଧିକ ଅର୍ଥ ଉପାର୍ଜନ ଆଶାରେ ଗାଡ଼ି ଚାଳନା ଶିକ୍ଷା ଆରମ୍ଭ କରିଥିଲେ । ଏହା ପରେ କ୍ୟାବ୍ ସର୍ଭିସ୍ଗୁଡ଼ିକରେ କାମ କରିଥିଲେ । ସେ ଦଶମ ଶ୍ରେଣୀ ପାସ୍ କରିନଥିବାରୁ ତାଙ୍କର ଡ୍ରାଇଭିଙ୍ଗ୍ ଲାଇସେନ୍ସ ନଥିଲା । ଏଥିପାଇଁ ସେ ପାଠପଢ଼ି ଦଶମ ଶ୍ରେଣୀ ପାସ୍ କରିବା ସହ କ୍ୟାବ୍ ଚାଳକ ହେବା ସହ ଡ୍ରାଇଭିଙ୍ଗ୍ ଲାଇସେନ୍ସ ପ୍ରସ୍ତୁତ କରିଥିଲେ । କିଛି ଦିନ ଅନ୍ୟମାନଙ୍କ ଗାଡ଼ି ଚଳାଇବା ପରେ ସେ ନିଜର ସଖା ନାମକ ଏକ କ୍ୟାବ୍ ସର୍ଭିସ୍ ଆରମ୍ଭ କରିଥିଲେ । ଏହି ସେବା ବିଶେଷ କରି ମହିଳାମାନଙ୍କ ପାଇଁ ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସାନୁ ଉବେର କ୍ୟାବ୍ରେ ଭାରତର ପ୍ରଥମ ମହିଳା ଡ୍ରାଇଭର୍ ଭାବେ କାମ କରୁଛନ୍ତି । ଦେଶର ସମସ୍ତ ମହିଳାମାନଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି । ସାନୁ ନିଜର ଏହି ଯାତ୍ରା ସମ୍ପର୍କରେ କହିଛନ୍ତି ଯେ, ମୁଁ ଯଦି ଚେଷ୍ଟା କରି ନ ଥାଆନ୍ତି, ତେବେ ଏବେ ମଧ୍ୟ ଅନ୍ୟମାନଙ୍କ ଭଳି ଘରେ ବସି ରୋଷେଇ କରୁଥାଆନ୍ତି । ଏଣୁ ଶିକ୍ଷା ସମସ୍ତଙ୍କ ପାଇଁ ଜରୁରୀ ଏବଂ ସବୁଠି ଶିକ୍ଷାର ମହତ୍ତ୍ୱ ରହିଛି । ଏଣୁ ସବୁ ମହିଳା ଶିକ୍ଷିତ ହୋଇ ନୂଆ ଦିଗ ପ୍ରଦାନ କରନ୍ତୁ ବୋଲି କହିଛନ୍ତି ସାନୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ