ଭାରତୀୟ ଖାଦ୍ୟ ନିଗମର ଅଧିକୃତ ପୁଞ୍ଜି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ଭାରତୀୟ ଖାଦ୍ୟ ନିଗମର ଅଧିକୃତ ପୁଞ୍ଜି ୩୫୦୦ କୋଟିରୁ ୧୦,୦୦୦ କୋଟିକୁ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଆଜି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ବର୍ତମାନର ଅଧିକୃତ ପୁଞ୍ଜିକୁ ୩୫୦୦ କୋଟିରୁ ବୃଦ୍ଧି କରି ୧୦,୦୦୦ କୋଟି ଟଙ୍କା କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ଅଧିକୃତ ପୁଞ୍ଜିରେ ବୃଦ୍ଧି ଫଳରେ ଏଫସିଆଇର ଖାଦ୍ୟଶସ୍ୟ ଭଣ୍ଡାର ଲାଗି ଅତିରିକ୍ତ ଅର୍ଥ ଯୋଗାଣ ହୋଇପାରିବ । କେନ୍ଦ୍ର ବଜେଟ ମାଧ୍ୟମରେ ଅତିରିକ୍ତ ଇକ୍ୟୁଟି ପୁଞ୍ଜିକୁ ଏହି ନିଗମରେ ଉପଯୋଗ କରିପାରିବେ । ଏହାଦ୍ୱାରା ଏଫସିଆଇର ଋଣ ଭାର ହ୍ରାସ ପାଇବ ଏବଂ ସୁଧ ଖର୍ଚ୍ଚ ସଂଚୟ ହେବ । ଏହାଛଡ଼ା ଖାଦ୍ୟ ସବସିଡି ମଧ୍ୟ ହ୍ରାସ ପାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ