ଭାରତୀୟ ଜନତା ପାର୍ଟିର ଗଂଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ତାମ୍ପରା ଠାରେ ଭାରତୀୟ ଜନତା ପାର୍ଟିର ଗଂଜାମ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଯୋଗଦେଇ ବୈଠକ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଆଗାମୀ ଦିନରେ ଦଳୀୟ ସଂଗଠନ କୁ କିପରୀ ମଜବୁତ କରାଯିବ ସେଥି ନିମନ୍ତେ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ମାନଙ୍କୁ ମୁଳମନ୍ତ୍ର ଦେଇଥିଲେ । ଟାଟା, ଟିଟାନୀୟମ , ଗଂଜାମ ନିକଟ ଗ୍ରାସିମ କଂପାନୀ ଗୁଡିକରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉ, ନିଯୁକ୍ତି ନାଁରେ ସେଠାରେ ଚାଲିଥିବା ପ୍ରିୟାପ୍ରିତି ତୋଷଣ କୁ ଭାରତୀୟ ପାର୍ଟି ବିରୋଧ କରିଛି । ବ୍ରହ୍ମପୁର ସହର ମହାନଗରର ମାନ୍ୟତା ମିଳିବାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ଅଦ୍ୟାବଧି ସହରରେ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରାଯାଇ ନାହିଁ କି ଅନ୍ୟ ମହାନଗର ଭଳି ବ୍ରହ୍ମପୁରକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉ ନାହିଁ ,ତେଣୁ ତୁରନ୍ତ ବ୍ରହ୍ମପୁର ମହାନଗରକୁ କମିଶନରେଟ ପୋଲିସ ବ୍ୟବସ୍ଥା ଲାଗୁ କରାଯିବା ସହ ଜିଲ୍ଲାବାସୀଙ୍କ ହିତ ନିମନ୍ତେ ବିଭିନ୍ନ ଦାବୀ ସମ୍ପର୍କରେ ଏହି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇଥିଲ।। ଆଗାମୀ ଦିନରେ ବିଭିନ୍ନ ଦୁର୍ନିତୀ ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସ୍ଥିର କରାଯାଇଛି । ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର ଚିଠା ପ୍ରସ୍ତାବ ଆଗତ କରିଥିଲେ । ଏଥିରେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି , ଶିଶିର ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ କୁମାର ସାବତ ଙ୍କ ସମେତ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି , ସମସ୍ତ ମଣ୍ଡଳ ପ୍ରଭାରୀ , ସମସ୍ତ ବିଧାନସଭା ସଂଯୋଜକ ଏବଂ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଶେଷରେ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚାର ରାଜ୍ୟ ଉପସଭାପତି ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ