ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ସଂଗଠନ ସ୍ଥିତିକୁ ଅନୁଧ୍ୟାନ କରିବା ଲାଗି ରାଜ୍ୟ ବିଜେପି ମହିଳା ସାଂଗଠନିକ ସଂପାଦିକା ତଥା ଦକ୍ଷିଣ ଓଡିଶା ପ୍ରଭାରୀ ଲେଖାଶ୍ରୀ ସାମନ୍ତ ସିଂହାର ଶନିବାର ଛତ୍ରପୁର ସ୍ଥିତ ଅସ୍ଥାୟୀ ବିଜେପି କାର୍ଯ୍ୟାଳୟକୁ ଗସ୍ତ କରି ଦଳୀୟ ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ସବୁବେଳେ ମହିଳା ମାନଙ୍କୁ ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ବହୁ ଆଗରୁ ମହିଳାମାନଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଛି ବୋଲି କହିଥିଲେ । ଏ ସବୁ କଥାକୁ ନେଇକି ଭାରତୀୟ ଜନତା ପାର୍ଟି ଆଗାମୀ ପଂଚାୟତ ନିର୍ବାଚନ ଏବଂ ପୌରନିର୍ବାଚନ ଲଢିବ ବୋଲି ବିଜେପି ମହିଳା ନେତ୍ରୀ ଶ୍ରୀମତି ସିିଂହାର କହିଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳିର ଏହି ସାଙ୍ଗଠନିକ ବୈଠକରେ ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର କର, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ମାନେ ଉପସ୍ଥିତ ରହି ଜିଲ୍ଲା ଓ ରାଜ୍ୟ ପଦାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ