ଭାରତୀୟ ବଳିବଲ ଦଳରେ କେନ୍ଦ୍ରାପଡାର ମହମ୍ମଦ ରାଜା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବାହାରିନର ପାନାମା ଠାରେ ଆନ୍ତର୍ଜାତୀୟ ଭଲିବଲ ଫେଡେରେସନ ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱ ଚମ୍ପିୟନଶିପ ୨୧ବର୍ଷରୁ କମ ପୁରୁଷ ଭଲିବଲ ବିଶ୍ୱ ସମ୍ପିୟନସିପ ଚଳିତମାସ ୮ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ଭାରତୀୟ ଭଲିବଲ ଦଳ ପାଇଁ ଖେଳାଳୀ ମନୋନିତ କରାଯାଇଛି । ଭାରତୀୟ ଦଳରେ ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ମହମ୍ମଦ ରାଜା ସ୍ଥାନ ପାଇଛନ୍ତି । ସେ ଆନ୍ତର୍ଜାତୀୟ ଭଲିବଲ ପ୍ରତିଯୋଗିତାରେ ଭାଗନେବା ପାଇଁ ଆଜି ବାହାରିନ ଯାତ୍ରା କରିଛନ୍ତି । ଏସମ୍ପର୍କରେ ଖବର ମିଳିବା ପରେ କେନ୍ଦ୍ରାପଡାର କ୍ରୀଡାପ୍ରେମୀ ଜନସାଧାରଣ ଏବଂ କ୍ଲବ ଗୁଡିକରେ ଖୁସିର ଲହରି ଖେଳିଯାଇଛି । କେନ୍ଦ୍ରାପଡା ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଓ ସମସ୍ତ ସଦସ୍ୟମାନେ ମହମ୍ମଦ ରାଜାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଯାତ୍ରାର ଶୁଭ ମନାସିଛନ୍ତି । ସେ କେନ୍ଦ୍ରାପଡା କ୍ରୀଡା ସଂସଦରୁ ଓ ଓଡିଶା ରାଜ୍ୟ ଭଲିବଲ ଆସୋସିଏସନ ପକ୍ଷରୁ ମନୋନିତ ହୋଇ ଭାରତୀୟ କ୍ୟାମ୍ପରେ ଯୋଗଦେଇଥିଲେ । ଓଡିଶା ଭଲିବଲ ଆସୋସିଏସନ ତଥା ଭାରତୀୟ ଭଲିବଲ ଫେଡେରେସନର ସଭାପତି ଅଚ୍ୟୁତ ସାମନ୍ତ ଓ ଓଡିଶାର ସମ୍ପାଦକ ଡଃ. ଗଗନେନ୍ଦୁ ଦାସ ରାଜାଙ୍କୁ ଶୁଭେଛା ଜଣାଇଛନ୍ତି ।