ଭାରତୀୟ ଷ୍ଟେଟ ବ୍ୟାଙ୍କ ରମ୍ଭା ଶାଖାକୁ ସି. ଜୀ. ଏମ. ଙ୍କ ପରିଦର୍ଶନ

ରମ୍ଭା, (ମିଥୁନ ବାରିକ୍):ବୁଧବାର ଦିନ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ରମ୍ଭା ଶାଖାକୁ ଚିପ ଜେନେରାଲ ମ୍ୟାନେଜର ସି. ଦିନେଶ ପୃଥ୍ୱୀଙ୍କ ପରିଦର୍ଶନ କୁ ଦୃଷ୍ଟିରେ ରଖି ଶାଖାର ଅବ୍ୟବସ୍ଥାକୁ ବ୍ୟବସ୍ଥା ତୁରନ୍ତ ପୁର୍ବ ଦିନରୁ ସଚଳ କରି ଗ୍ରାହକ ଓ ଅଫିସରଙ୍କ ନିକଟରେ ପ୍ରିୟପାତ୍ର ହୋଇଥିବା ଲକ୍ଷ୍ୟ କରାଯାଇଛି l ଏଥି ସହିତ ପି. ଏମ. ସୁନାଧି, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ, ସୁଭଦ୍ରା ବେନିଫିସିଆରି, କୃଷି ସୁନାରୂଣ, ପ୍ରାୟ ୪୫ ହଜାର ଏକାଉଣ୍ଟ ଧାରୀ ରହିଥିବା ବେଳେ ୨୫ ହଜାର ଫେମିଲି ଏକାଉଣ୍ଟ ଧାରୀ ରହିଛନ୍ତି l ତତ ସହିତ ବ୍ୟାଙ୍କର ପର୍ଯ୍ୟାୟ କ୍ରମେ ସରକାରଙ୍କର ଯୋଜନା ଓ ସୁଭଦ୍ରା ବେନିଫିସିଆରି ମାନଙ୍କୁ ଟୋକେନ ଦେଇ ଗହଳିରୁ ମୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ରିଜନାଲ ମ୍ୟାନେଜର ଶ୍ରୀମତୀ ଜ୍ୟୋସ୍ନା ରାଣୀ ମହାରଣା ପ୍ରକାଶ କରିଛନ୍ତି l କାର୍ଯ୍ୟକ୍ରମ ପୂର୍ବରୁ ଅତିଥି ମାନଙ୍କୁ ଶଙ୍ଖ ହୁଳହୁଳି, ବେଦ ମନ୍ତ୍ର ସହ ଫୁଲ ତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଏ. ଜୀ. ଏମ. ସଂଗ୍ରାମ କେଶରୀ ଯାନୀ, ଶାଖା ପରିଚାଳକ ଲକ୍ଷ୍ମଣ ମୁର୍ମୁ, କ୍ଷେତ୍ର ଅଧିକାରୀ ଦୁର୍ଗା ଭୂଷଣ ଚୌହାନ, ଏକାଉଣ୍ଟlଣ୍ଟ କ୍ଷୀର ମୋହନ ବେହେରା, କ୍ୟାସ ଇନଚାର୍ଜ ସନ୍ୟାସୀ ନାହାକ, କ୍ଲର୍କ ସ୍ମୃତି ରଞ୍ଜନ ମଳିକ, ଆଇଶା ଦାଶ, ଗାର୍ଡ କେ. ସୁକାନ୍ତ କୁମାର ରେଡ୍ଡୀ, ପ୍ରଶାନ୍ତ ଜେନା, ଶ୍ରୀମତୀ ଜସ୍ମିନ ସ୍ୱାଇଁ, ଏ. ରାମଚନ୍ଦ୍ର ଆଚାରୀ, ସୁଶାନ୍ତ ସାହୁ, ସାଗର ସେଠୀ, କୁମାର ବୁଦ୍ଧ ଦେବ, ଡମ୍ବରୁ ରେଡ୍ଡୀ, ସୁମିତ୍ରା ନାୟକ, ଅଶୋକ ନାହାକ, କାହ୍ନୁ ଚରଣ ରଣା ସହ ଏସ. ଏହି. ଜି. ମହିଳା ସଂଘ ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିଥିଲେ l ରମ୍ଭାର ୭ ଜଣ ଶିଳ୍ପ, କୃଷି, ଓ ବ୍ୟବସାୟୀ ଟି. ଅନିଲ କୁମାର ସୁବୁଦ୍ଧି, ଅଜିତ ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ନାହାକ, ଅଗ୍ରିଣୀ କମ୍ପାନୀଙ୍କୁ ବ୍ୟବସାୟୀ କ୍ଷେତ୍ରରେ ଲିମିଟ ବହିର୍ଭୁତ ଓ ଆଶା ଜନକ ବ୍ୟବସାୟ କରିବା ସହ ଆଗକୁ ଅଧିକ ରୁ ଅଧିକ ବ୍ୟବସାୟ କରିବାପାଇଁ ବାର୍ତ୍ତାଳାପ ସମୟରେ ସି. ଜୀ. ଏମ. ପରାମର୍ଶ ହୋଇ ସହ ସମ୍ବର୍ଦ୍ଧନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ