ଭାରତ ଆସିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ !
ନୂଆଦିଲ୍ଲୀ – ଭାରତରେ ଅନୁଷ୍ଠିତ ହେବାଯାଉଛି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀ । ଏହା ବୈଠକରେ ଭାରତ ସମେତ ପାକିସ୍ତାନ, ଚାଇନା, କାଜାକସ୍ତାନ, କିରଗିଜ୍ସ୍ତାନ,ରୁଷିଆ, ତାଜକ୍ସ୍ତାନ ଏବଂ ଉଜ୍ବେକିସ୍ତାନ ଆଦି ୮ଟି ରାଷ୍ଟ୍ର ଏହାର ସଦସ୍ୟ ରହିଛନ୍ତି। ପାକିସ୍ତାନ ଏହାର ସଦସ୍ୟ ରାଷ୍ଟ୍ର ହୋଇଥିବାରୁ ଭାରତ ପକ୍ଷରୁ ଔପଚାରିକତା ଦୃଷ୍ଟିରୁ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ନିମନ୍ତ୍ରଣ କରାଯିବ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇମ୍ରାନ୍ ମୁହାଁମୁହିଁ ହେବାର ସମ୍ଭାବନା ରହିଛି। ତେବେ ପାକିସ୍ତାନ ପକ୍ଷରୁ କିଏ ସମ୍ମିଳନୀରେ ଯୋଗଦେବ ତାହା ସେତେବେଳେ ହିଁ ଜଣାପଡ଼ିବ ।


