ଭାରତ ଗସ୍ତ ରଦ୍ଦ କଲେ ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ : ନାଗରିକତ୍ବ ସଂଶୋଧନ ବିଲ୍‌କୁ ବିରୋଧ କରି ଦୁଇ ବାଂଲାଦେଶ ମନ୍ତ୍ରୀ ନିଜର ଭାରତ ଗସ୍ତ ରଦ୍ଦ କରିଥିବା ବେଳେ ଶୁକ୍ରବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହି ଧାରାରେ ସାମିଲ ହୋଇଛନ୍ତି । ଆସାମର ରାଜଧାନୀ ଗୌହାଟୀରେ ଭାରତ ଏବଂ ଜାପାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ନାଗରିକତ୍ବ ସଂଶୋଧନ ବିଲ୍‌କୁ ବିରୋଧ କରି ଆସାମ, ତ୍ରିପୁରା ଏବଂ ମେଘାଳୟରେ ଆନ୍ଦୋଳନ ଚାଲି ରହିଥିବାରୁ ଏହି ସମ୍ମିଳନୀ ହେବା ନେଇ ଆଶଙ୍କା ଦେଖାଦେଇଛି । ରବିବାର ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ରବିବାର ଭାରତ ଗସ୍ତରେ ଆସିବାର ଥିଲା। ମାତ୍ର ବର୍ତ୍ତମାନ ଆବେ ଭାରତ ଗସ୍ତ ରଦ୍ଦ କରିବାର ଯୋଜନା କରୁଛନ୍ତି ବୋଲି ଜାପାନ ପକ୍ଷରୁ ପ୍ରକାଶ କରାଯାଇଛି । ଜାପାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସୂଚନା ମିଳି ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ