ଭାରତ ଚଳଚ୍ଚିତ୍ର ମାମଲାରେ କୋର୍ଟ ରେ ପିଟିସନ ଦାୟର
ଆସନ୍ତା ୫ ଜୁନରେ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଥିବା ସଲମାନ ଖାନଙ୍କ’ଭାରତ’ ମୁକ୍ତିଲାଭ ପୂର୍ବରୁ ବିବାଦରେ ଫଶି ଯାଇଛି . ଏହାର ନାଁ ବଦଳାଇବା ପାଇଁ ଦିଲ୍ଲୀ ହାଇ କୋର୍ଟରେ ପିଟିସନ୍ ଦାଖଲ କରାଯାଇଛି। ଆବେଦନକାରୀଙ୍କ କହିବା ଅନୁସାରେ, ଚଳଚ୍ଚିତ୍ରର ନାମ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଉଛି।ଖବର ମୁତାବକ, ଚଳଚ୍ଚିତ୍ରର ନାମକୁ ପରିବର୍ତ୍ତନ କରାଇବାକୁ ଆବେଦନକାରୀ ଦିଲ୍ଲୀ ହାଇ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ସଲମାନଙ୍କ ଏହି ଚଳଚ୍ଚିତ୍ରର ନାମ ସେକ୍ସନ-୩ ପ୍ରତୀକ ଓ ନାମ ଅଧିନିୟମର ଉଲ୍ଲଂଘନ କରୁଛି। ଏହି ଅଧିନିୟମ ଅନୁସାରେ, ‘ଭାରତ’ ଶବ୍ଦ ପେଶାଗତ ଓ ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ଆବେଦନକାରୀ ଏହା ମଧ୍ୟ ଦାବି କରିଛନ୍ତି ଯେ, ଚଳଚ୍ଚିତ୍ରରୁ ସେହି ଡାଏଲଗ୍କୁ ହଟାଇ ଯିଆଯାଉ ଯେଉଁଥିରେ ସଲମାନ ତାଙ୍କ ନାମର ତୁଳନା ଦେଶ ସହ କରିଛନ୍ତି। ଏହାଦ୍ୱାରା ଭାରତୀୟଙ୍କ ଭାବନାପ୍ରତ୍ି ଆଘାତପ୍ରାପ୍ତ ବୋଲି ଆବେଦନକାରୀ ପିଟିସନରେ ଦର୍ଶାଇଛନ୍ତି।