ଭାରତ-ଜାପାନ ମଧ୍ୟରେ ଗୁପ୍ତ ସୁରକ୍ଷା ଚୁକ୍ତି

ଚୀନର ବିସ୍ତାରବାଦୀ ନୀତିକୁ ପ୍ରତିହତ କରିବା ପାଇଁ ଜାପାନ ଏବେ ଭାରତ, ବ୍ରିଟେନ ଓ ଅଷ୍ଟ୍ରେଲିଆ ସହ ସୁରକ୍ଷା ସଂକ୍ରାନ୍ତ ଚୁକ୍ତି ସ୍ୱାକ୍ଷରିତ କରିଛି । ଏହି ଚୁକ୍ତି ଅନୁଯାୟୀ ଉପରୋକ୍ତ ଦେଶ ସହ ଜାପାନ ପ୍ରତିରକ୍ଷା ସଂକ୍ରାନ୍ତ ତଥ୍ୟ ଆଦାନ ପ୍ରଦାନ କରିପାରିବ । ଏଥିପାଇଁ ଜାପାନ ନିଜେ ଦେଶରେ ଲାଗୁ ହୋଇଥିବା ‘ଷ୍ଟ୍ରେଟ ସିକ୍ରେଟ ଲ’ରେ ସଂଶୋଧନ କରିବାକୁ ଯାଉଛି । ଏହି ଆଇନ ଅନୁଯାୟୀ ଜାପାନର ରାଷ୍ଟ୍ରୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଉଥିବା ଯେକୌଣସି ବ୍ୟକ୍ତି ଅଥବା ସଂଗଠନ ଉପରେ ସେଠାକାର ସରକାର ଜୋରିମାନା ସହ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଘୋଷଣା କରିପାରିବେ । ପୂର୍ବ ଚୀନ ସାଗରରେ ଗତ କିଛି ବର୍ଷ ହେଲା ଚୀନ ସର୍ବଦା ଜାପାନ ପ୍ରତି ସମସ୍ୟା ସୃଷ୍ଟି କରି ଆସୁଛି । ଉପରୋକ୍ତ ଗୁପ୍ତ ବୁଝାମଣା କେବଳ ଜାପାନ ଓ ଆମେରିକା ମଧ୍ୟରେ ହୋଇଥିଲା । ଏବେ ଭାରତ ସମେତ ଉପରୋକ୍ତ ଦେଶଗୁଡ଼ିକ ସହ ଜାପାନ ଏହି ଚୁକ୍ତି ସ୍ୱାକ୍ଷରିତ କରିଛି । ଏହା ଦ୍ୱାରା ଗୋଟିଏ ଦେଶ ଅନ୍ୟ ଦେଶ ସହ ସୁରକ୍ଷା ସଂକ୍ରାନ୍ତ ତଥ୍ୟ ଆଦାନ ପ୍ରଦାନ କରିପାରିବ । ନିକଟରେ ହଂକଂ ଉପରେ ଚୀନ ଲାଗୁ କରିଥିବା ନୂତନ ଆଇନକୁ ଜାପାନ ବିରୋଧ କରିଛି । ଜାପାନବାସୀ ଚୀନ ସରକାରଙ୍କ ବିରୋଧ କରିଥାନ୍ତି । ଏଥିପାଇଁ ଚୀନ ରାଷ୍ଟ୍ରପତିଙ୍କ ଜାପାନ ଗସ୍ତ ବାତିଲ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ