ଆମେରିକାରେ ‘ବୟକଟ୍ ଚାଇନା’
ବିସ୍ତାରବାଦୀ ଚୀନ ବିରୋଧରେ ବିଶ୍ୱର ଅଧିକାଂଶ ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ବିଭିନ୍ନ ଦେଶରେ ଥିବା ଚୀନ ଦୂତାବାସ ସମ୍ମୁଖରେ ଭାରତୀୟ ତିବ୍ବତୀୟ ଓ ତାଇୱାନ ଓ ହଂକଂର ନାଗରିକମାନେ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆମେରିକାର ସିକାଗୋ ଓ ଟାଇମ୍ସ ସ୍କୋୟାରରେ ଏହି ନାଗରିକମାନେ ଏକାଠିହୋଇ ଚୀନକୁ ବିରୋଧ କରିଥିଲେ । ଏଥିରେ ଅନେକ ଆମେରିକୀୟ ଜନତା ସାମିଲ ହୋଇଥିଲେ । ଚୀନ ସାମଗ୍ରୀ ବର୍ଜନ ସହ ଏହି ଦେଶକୁ ସମ୍ପୂର୍ଣ୍ଣ ଆର୍ଥିକ ବହିଷ୍କାର କରିବା ପାଇଁ ଦାବି କରିଥିଲେ । ଚୀନ ଅହଂକାରର ଦୃଢ଼ ଜବାବ ଦେବାକୁ ଭାରତ ସକ୍ଷମ । ସମସ୍ତ ଦେଶ ଚୀନକୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ପାଇଁ ଏମାନେ ଆହ୍ୱାନ ଦେଇଥିଲେ । ଭାରତୀୟଙ୍କ ସହ ତାଇୱାନ, ତିବବତ ଓ ହଂକଂର ନାଗରିକ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ଏମାନେ ସମସ୍ତେ ‘ଭାରତ ମାତାକୀ ଜୟ’ ଧ୍ୱନିଦେବା ସହ ଚୀନର ଅତିକ୍ରମଣ ନୀତିକୁ ବିରୋଧ କରିଥିଲେ । ସମସ୍ତେ ନିଜ ନିଜ ଦେଶର ଜାତୀୟ ପତାକା ଧରି ସହର ପରିକ୍ରମା କରିଥିଲେ । କରୋନା ସଂକ୍ରମଣ ଯୋଗୁଁ ଆମେରିକାରେ କଟକଣା ଲାଗୁ କରାଯାଇଥିଲେ ହେଁ ସେଠାକାର ପୁଲିସ ଏମାନଙ୍କୁ ରୋକିପାରିନଥିଲା ।


