ଭାରତ ଜିଡିପି ସହ ସମାନ ୫କମ୍ପାନୀର ମାର୍କେଟ୍ କ୍ୟାପ୍

ନୂଆଦିଲ୍ଲୀ, (ଏଜେନ୍ସି): ଦେଶର ପ୍ରମୁଖ ୫କମ୍ପାନୀର ସମ୍ପୠି ଭାରତ ପରି ବଡ଼ ଅର୍ଥବ୍ୟବସ୍ଥା ସହ ସମାନ ତଥା ଏହାଠାରୁ ଅଧିକ । ଏହିପରି ସ୍ଥିତି ବିଶ୍ୱର ପ୍ରମୁଖ ଅରବପତିଙ୍କର ମଧ୍ୟ । କମ୍ପାନୀଗୁଡ଼ିକର ମହାନତାର ସ୍ଥିତି ଲକ୍ଷ କୋଟି ଡଲାର ହୋଇଥିବା ବେଳେ ଧନୀଙ୍କ ଆକଳନ ଏବେ ଶହେ ଅରବ ଡଲାର ହୋଇଛି । ଆପଲ୍ ଓ ଆମାଜନ୍ ପରେ ଏବେ ମାଇକ୍ରୋସଫ୍ଟ ମଧ୍ୟ ସଫଳତାର ଏହି ମାନଦଣ୍ଡକୁ ଛୁଇଁଛି । ତେବେ ଏବେ ଏହି ୩ କମ୍ପାନୀଗୁଡ଼ିକର ମାର୍କେଟ୍ ମୂଲ୍ୟ ୧ଲକ୍ଷ କୋଟି (ଟ୍ରିଲିଅନ୍) ଡଲାର ଠାରୁ ସାମାନ୍ୟ ତଳେ ରହିଛି । ଅନ୍ୟପକ୍ଷରେ ମାଇକ୍ରୋସଫ୍ଟର ସଂସ୍ଥାପକ ବିଲ୍ ଗେଟ୍ସ ଆମାଜନ୍ ମୁଖ୍ୟ ଜେଫ୍ ବେଜସ୍ଙ୍କ ପରେ ବିଶ୍ୱର ଦ୍ୱିତୀୟ ବଡ଼ ଧନୀ ବ୍ୟକ୍ତିତ୍ୱର ମାନ୍ୟତା ହାସଲ କରିଛନ୍ତି । ମାଇକ୍ରୋସଫ୍ଟ ଟ୍ରିଲିୟନ୍ ଡଲାର କ୍ଲବ୍ରେ ସାମିଲ ହେବା ଅର୍ଥ ପାଖାପାଖି ୨୦ବର୍ଷ ପରେ ପୁନଃ ତାହାର ଅସ୍ତିତ୍ୱ ସୁଦୃଢ଼ କରିବା ସଙ୍ଗେ ସମାନ । ଡିସେମ୍ବର ୧୯୯୯ରେ ମାଇକ୍ରୋସଫ୍ଟ ୬୧୮.୯ଅରବ ଡଲାରର ମାର୍କେଟ୍ କ୍ୟାପ୍ ସହିତ ବିଶ୍ୱର ସବୁଠାରୁ ମୂଲ୍ୟବାନ୍ କମ୍ପାନୀର ଶ୍ରେୟ ହାସଲ କରିଥିଲା । ତାହାର ଏହି ରେକର୍ଡ଼ ଅଗଷ୍ଟ ୨୦୧୨ରେ ଆପ୍ପଲ ଭାଙ୍ଗିଦେଇଥିଲା । ଏବେ ଆପ୍ପଲ, ଆମାଜନ୍ ଓ ମାଇକ୍ରୋସ୍ଫଟ୍ ପରେ ଗୁଗଲ୍ର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ ମଧ୍ୟ ଏହି ଏକ୍ସକ୍ଲ୍ୟୁସିଭ୍ କ୍ଲବ୍ରେ ସାମିଲ୍ ହେବା ପାଇଁ ପ୍ରୟାସ ଚଲାଇଛି । ଅନ୍ୟପକ୍ଷରେ ଫେସ୍ବୁକ୍ ପଞ୍ଚମ ସ୍ଥାନ ହାସଲ କରିବା ଦୌଡ଼ରେ ସାମିଲ ହୋଇଛି । ଏହି ପ୍ରମୁଖ ୫ କମ୍ପାନୀର ସମୁଦାୟ ମାର୍କେଟ୍ କ୍ୟାପ୍ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର (୨.୬୭ଟ୍ରିଲିଅନ୍ ଡଲାର)ର ପାଖାପାଖି ୬୭% ଅଧିକ । ଅନ୍ୟପକ୍ଷରେ ବିଶ୍ୱର ୫ ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୯୨ଅରବ ଡଲାରରୁୂ ଅଧିକ । ଏହି ଆକଳନ ଭାରତର ସମୁଦାୟ ବିଦେଶୀ ମୁଦ୍ରା ଭଣ୍ଡାରରୁ ଅଧିକ । ଏହି ପ୍ରମୁଖ ୫ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ୯୨ଅରବ ଡଲାରରୁ ଅଧିକ । ଏହି ଆକଳନ ଭାରତର ସମୁଦାୟ ବିଦେଶୀ ମୁଦ୍ରା ଭଣ୍ଡାରରୁ ଅଧିକ । ଏହି ପ୍ରମୁଖ ୫ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଏଲ୍ଭିଏମ୍ଏଚ୍ ମୋଏଟ୍ ହେନେସୀର ଅଧ୍ୟକ୍ଷ ଓ ସିଇଓ ବର୍ନାର୍ଡ଼ ଅରନଲ୍ଟ ଓ ବର୍କଶିୟର୍ ହାଥ୍ୱେର ଅଧ୍ୟକ୍ଷ ୱାରେନ୍ ବଫେଟ୍ ମଧ୍ୟ ଚଳିତ ବର୍ଷ ଗେଟ୍ସ୍ ଓ ବେଜସଙ୍କ ପରି ୧୦୦ଅରବ ଡଲାର କ୍ଲବ୍ରେ ସାମିଲ ହେବାକୁ ଯାଉଛିୠତ ୧ବର୍ଷ ମଧ୍ୟରେ ବେଜସଙ୍କ ତୁଳନାରେ ଗେଟ୍ସଙ୍କ ସମ୍ପତ୍ତିରେ ୧୩.୮ଅରବ ଡଲାରରୁ ଅଧିକ ବୃଦ୍ଧି ହୋଇଛି । ପ୍ରକାଶ ଯୋଗ୍ୟ ଯେ ଛାଡ଼ପତ୍ର ପାଇଁ ବେଜସ୍ଙ୍କୁ ତାଙ୍କ ସ୍ତ୍ରୀଙ୍କୁ ସମ୍ପତ୍ତିରେ ଭାଗ ଦେବାକ୍ୁ ପଡ଼ିଥିଲା । ଯଦ୍ୱାରା ତାଙ୍କ ସମ୍ପତ୍ତିରେ ହ୍ରାସ୍ ଘଟିଥିଲା । ବିଲ୍ ଗେଟ୍ସଙ୍କ ସମ୍ପତ୍ତିର ମୁଖ୍ୟ ସ୍ରୋତ୍ ମାଇକ୍ରୋସଫ୍ଟରେ ତାଙ୍କ ଶେୟାର । କମ୍ପାନୀର ମାର୍କେଟ୍ କ୍ୟାପ୍ ବାର୍ଷିକ ଆନୁମାନିକ ୧୪୫.୬ଅରବ ଡଲାର ହାରରେ ବଢ଼ିଛି । ଏହା ଫେବ୍ରୁଆରୀ ୨୦୧୪ରେ ସତ୍ୟା ନଡ଼େଲାର ମାଇକ୍ରୋସଫ୍ଟର ସିଇଓ ପଦ ସମ୍ଭାଳିବା ପରେ ହୋଇଛି । ସେହି ସମୟରେ କମ୍ପାନୀର ମାର୍କେଟ୍ କ୍ୟାପ୍ ୨୬୮.୬୨ଅରବ ଡଲାର ଥିଲା । ସେବେ ଠାର ଏବେ ପର୍ଯ୍ୟନ୍ତ ମାଇକ୍ରୋସଫ୍ଟର ମାର୍କେଟ୍ କ୍ୟାପ୍୨୭୧% ତଥା ପାଖାପାଖି ୭୨୮ଅରବ ଡଲାର ବଢ଼ିଛି । ଏହି ମୂଲ୍ୟ ଭାରତର ପ୍ରମୁଖ ୧୨କମ୍ପାନୀଗୁଡ଼ିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆର୍ଆଇଏଲ୍), ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍), ଏଚ୍ଡ଼ିଏଫ୍ସି ବ୍ୟାଙ୍କ୍, ହିନ୍ଦୁସ୍ତାନ ୟୁନିଲିଭର୍ (ଏଚ୍ୟୁଏଲ୍), ଆଇଟିସି, ଏଚ୍ଡ଼ିଏଫ୍ସି, ଇନ୍ଫୋସିସ୍, ଏସ୍ବିଆଇ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍, ଆଇସିଆଇସିଆଇ ବ୍ୟାଙ୍କ, ଓଏନ୍ଜିସି ଓ ମାରୁତି ସୁଜୁକିର ସମୁଦାୟ ମାର୍କେଟ୍ ଭାଲ୍ୟୁ ଅଧିକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ