ଭାରତ ବନ୍ଦ କୁ ସଫଳ ପାଇଁ ଋଷିକୂଲ୍ୟା ରୟତ ମହାସଭାର ବୈଠକ

ପୋଲସରା, (ଅନିଲ ମହାରଣା):ସେପ୍ଟେମ୍ବର ୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ସ୍ଥିତ ରାମେଶ୍ୱର ଶୈବ ପୀଠ ପରିସରରେ ଶୁକ୍ରବାର ଦିନ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଋଷିକୂଲ୍ୟା ରୟତ ମହାସଭାର ସଭାପତି ସତ୍ୟବାନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଉପଦେଷ୍ଟା ପ୍ରଫୁଲ୍ଲ ସାମନ୍ତରା, ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ସୀମାଞ୍ଚଳ ନାହାକ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଦ୍ବାରା ପାରିତ ହୋଇଥିବା ତିନୋଟି କୃଷକ ବିରୋଧୀ, ଖାଉଟି ବିରୋଧୀ କଳାବିଲ ପ୍ରତ୍ୟାହାର କରିବା ସହ ଚାଷୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ। କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ କଲା କୃଷି ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା ୨୭ ତାରିଖର ଭାରତ ବନ୍ଦକୁ ସଫଳ କରିବା ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା। ଉକ୍ତ ବୈଠକରେ ଜ୍ୟୋତିର୍ମୟ ଦାସ, ବନମାଳୀ ସାହୁ, ରଘୁନାଥ ପଣ୍ଡା, ପଞ୍ଚୁ ମହାରଣା , ହୀନ ସ୍ଵାଇଁ, ଶଙ୍କର ଡାକୁଆ , ପିତାମ୍ବର ବେହେରା, ରାଜଲକ୍ଷ୍ମୀ ମହାରଣା, ମହେଶ୍ୱର ଜେନା ସମେତ ବହୁ ସଦସ୍ୟ ବୈଠକରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ