ଭାରତ ବନ୍ଧୁ ରାଷ୍ଟ୍ରଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଦେବାକୁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ବନ୍ଧୁ ରାଷ୍ଟ୍ରମାନଙ୍କୁ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଦେବାକୁ ଭାରତ ପ୍ରସ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବର୍ତ୍ତମାନ ସ୍ଥିତିରେ କୋରୋନା ମୁକାବିଲାରେ ଏହି ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା କ୍ରହଣ କରିଛି। ତେଣୁ ଭାରତ ଉପରେ ଆମେରିକା, ଇସ୍ରାଏଲ ଓ ବ୍ରାଜିଲ ପରି ଅନେକ ରାଷ୍ଟ୍ର ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯୋଗାଇବାକୁ ଚାପ ପକାଇଛନ୍ତି। ଏଣେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖା ବଢ଼ୁଥିବାରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ ଉପରେ ଡାଇରେକ୍ଟର ଜେନେରାଲ ଅଫ୍ ଫରେନ୍ ଟ୍ରେଡ୍ ରୋକ ଲଗାଇଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ନିଜେ ଏଥିରେ ହସ୍ତକ୍ଷେପ କରି ଏହି ପ୍ରତିବନ୍ଧକକୁ ଉଠାଇ ଦେଇଛନ୍ତି।
ବର୍ତ୍ତମାନ ମାନବ ଜାତି ମହାମାରୀ ପରି ଏକ ପରିସ୍ଥିତିକୁ ସାମ୍ନା କରୁଥିବାରୁ ମାନବିକତା ଦଷ୍ଟିରୁ ସବୁ ବନ୍ଧୁ ରାଷ୍ଟ୍ରକୁ ଭାରତ ସାମର୍ଥ୍ୟ ମତେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକା, ବ୍ରାଜିଲ ଓ ପରେ ଇସ୍ରାଏଲ ପକ୍ଷରୁ ଏନେଇ ଭାରତ ସରକାରଙ୍କ ସହଯୋଗକୁ ପ୍ରଶଂସା କରାଯିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ତାରିଫ କରାଯାଇଛି।


