ବୁଗୁଡା ସହରକୁ ବିଶୋଧନ କାର୍ଯ୍ୟକ୍ରମ ଆରମ୍ଭ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଅଗ୍ନିଶମ ବିଭାଗ ମିଳିତ ଉଦ୍ୟମରେ ବୁଗୁଡା ସହରକୁ ବିଶୋଧନ କରିବା ପାଇଁ ଶୁକ୍ରବାର ଦିନ ପଦକ୍ଷେପ ଆରମ୍ଭ ହୋଇଥିବା ଏନଏସି ଇଓ ରଶ୍ମିରଞ୍ଜନ ଦାଶ ପ୍ରକାଶ କରିଛନ୍ତି। କରେନା ସଂକ୍ରମଣ ରୋକିବା ପାଇଁ ବୁଗୁଡା ସହରକୁ ବିଶୋଧନ କରିବା ଜରୁରୀ ଆବଶ୍ୟକ ଥିଲା। ବିଳମ୍ବ ହେଲେବି ଏନଏସିର ସହଯୋଗରେ ବୁଗୁଡା ଅଗ୍ନିଶମ ବିଭାଗ ପକ୍ଷରୁ କର୍ମଚାରୀ ବୃନ୍ଦ ଅଗ୍ନିଶମ ଗାଡ଼ି ସାହାର୍ଯ୍ୟରେ ବୁଗୁଡା ସହରର ମୁଖ୍ୟରାସ୍ତାରେ ବିଶୋଧକ ସ୍ପ୍ରେ କରି ରାସ୍ତା ଓ ଘର ବାହାରକୁ ବିଶୋଧନ କରିଛନ୍ତି। ଆଗକୁ ମଧ୍ୟ ଏହି ବିଶୋଧନ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏନଏସି ଇଓ ଶ୍ରୀ ଦାଶ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ