ଭାରତ ବିକାଶ ପରିଷଦର ପ୍ରାନ୍ତସ୍ତରୀୟ ରାଷ୍ଟ୍ରୀୟ ବୃନ୍ଦଗାନ ପ୍ରତିଯୋଗିତା
ଭୁବନେଶ୍ୱର : ଆଜି ପୂର୍ବାହ୍ନରେ ଭାରତ ବିକାଶ ପରିଷଦ, ଓଡ଼ିଶା ପ୍ରାନ୍ତର ରାଷ୍ଟ୍ରୀୟ ବୃନ୍ଦଗାନ ପ୍ରତିଯୋଗିତାର ପ୍ରାନ୍ତୀୟ ସଂସ୍କରଣ (ପ୍ରତିଯୋଗିତା) ଭୁବନେଶ୍ୱର ଆ·ର୍ଯ୍ୟ ବିହାରସ୍ଥିତ ଆଇ.ଏମ୍.ଏମ୍.ଟି ପ୍ରେକ୍ଷାଳୟରେ ଆରମ୍ଭ ହୋଇ ଅପରାହ୍ନ ୬ ଘଟିକା ସମୟରେ ସୁ·ରୁରୂପେ ସମ୍ପନ୍ନ ହୋଇଯାଇଛି । ପ୍ରାତଃ ୧୦ ଘଟିକା ସମୟରେ ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଭାରତ ଭୂଷଣ ଦାସଙ୍କ ଉପସ୍ଥିତିରେ ଉଦ୍ଘାଟକ ଭାବେ ଗୋପାଳ ପ୍ରସାଦ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ପିଲାମାନେ ଜାତୀୟତାବୋଧରେ ଉଦ୍ବୋଧିତ ହୋଇ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ । ଏହି ପ୍ରାନ୍ତସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ପ୍ରାନ୍ତ ଭାରତ ବିକାଶ ପରିଷଦର ବିଭିନ୍ନ ଶାଖାରୁ ୧୫ଟି ଦଳ ଭିନ୍ନ ଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୬୦ଜଣ ପ୍ରତିଯୋଗୀ ଏବଂ ସହଯୋଗିମାନେ ଯୋଗଦେଇ ହିନ୍ଦୀ, ସଂସ୍କୃତ ଏବଂ ଓଡ଼ିଆ ପଲ୍ଲିଗୀତ ୩ଟି ଭାଷାରେ ଜାତୀୟତାବୋଧ ସଙ୍ଗୀତ ଗାନ କରି ଅଂଶଗ୍ରହଣ କରିଥିଲେ । ଜାତୀୟ ବୃନ୍ଦଗାନ ପ୍ରତିଯୋଗିତାକୁ ସଂଯୋଜିକା ପ୍ରେମଲତା ଦେବୀ ପରି·ଳନା କରିଥିଲେ । ଅପରାହ୍ନ ୪ ଘଟିକା ସମୟୟରେ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ବର୍ତ୍ତମ।।ନର ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପସଭାପତି ପ୍ରଫେସର ଅଶୋକ କୁମାର ଦାସ ଯୋଗଦେଇ ଭାରତ ବିକାଶ ପରିଷଦର ଏପରି ଜାତୀୟତାବାଦୀ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ପିଲାମାନଙ୍କର ଭାଗିଦାରୀକୁ ଉତ୍ସାହ
ପ୍ରଦାନ କରି ସେମାନଙ୍କୁ କର୍ମବୀର ହେବାକୁ ଉପଦେଶ ପ୍ରଦାନ କରିଥିଲେ । ସେମାନଙ୍କର ରାଷ୍ଟ୍ରୀୟ ବୃନ୍ଦଗାନ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ଏବଂ ସମସ୍ତଙ୍କୁ ଜାତୀୟତାବାଦର ଉନ୍ମାଦରେ ଆମୋଦିତ କରିଥିଲା ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ‘ଓଡ଼ିରେ’ ଇଣ୍ଡଷ୍ଟ୍ରିଜର ମୁଖ୍ୟ ପରି·ଳକ ଦେବେନ ରାଏ, ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଭରତଭୂଷଣ ଦାସ, ରାଷ୍ଟ୍ରୀୟ ଉପସଭାପତି ସଚ୍ଚିଦାନନ୍ଦ ପଣ୍ଡା, ରାଷ୍ଟ୍ରୀୟ ସଚିବ ଗୀତା ପଟ୍ଟନାୟକ କ୍ଷତ୍ରୀୟ ସମ୍ପର୍କ ସଚିବ ଜଗତ ମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କ ମଧ୍ୟରେ ଜାତୀୟତାବୋଧ ଉଦ୍ରେକ ପାଇଁ ଏହା ଏକ ଉପଯୁକ୍ତ ମାଧ୍ୟମ ଏବଂ ଏହାଦ୍ୱାରା ଭବିଷ୍ୟତରେ ପିଲାମାନେ ଦେଶପ୍ରେମୀ ହେବା ସହ ଦେଶ ସେବାରେ ନିଜକୁ ନିୟୋଜିତ କରିପାରିବେ
ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ସଭାରେ ଓଡି଼ଶା ପ୍ରାନ୍ତର ସଭାପତି ଶୁଭାଷିଶ କର ଅଧ୍ୟକ୍ଷତା କରିବା ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ପ୍ରାନ୍ତୀୟ ଅର୍ଥ ସଚିବ ଶ୍ରୀଧର ସାହୁ ଏବଂ ସଂଗଠନ ସମ୍ପାଦକ ପ୍ରଦୀପ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ମ୍ବର