ଆଖି ପାଇଁ ଚର୍ଚ୍ଚାରେ

ୟୁକ୍ରେନିଆନ୍ ମଡେଲ ମାରିଆ ଓଜ୍ ନିଜର ଆଖି ପାଇଁ ଚର୍ଚ୍ଚାରେ । ତାଙ୍କ ଆଖି ଦୁଇଟି ବାସ୍ତବ, ନା ସେ କିଛି କମ୍ପ୍ୟୁଟର କମିଆ କରି ଦେଖାଉଛନ୍ତି, ଏହାକୁ ନେଇ ‘ଇନସଟାଗ୍ରାମ’ରେ ଚର୍ଚ୍ଚା ଚାଲିଛି । ପ୍ରକୃତରେ ତାଙ୍କ ଆଖି ଦୁଇଟି ଆକାରରେ ବେଶ୍ ବଡ଼ । ଏହା ହିଁ ତାଙ୍କୁ ଆକର୍ଷକ ରୂପ ଦେଉଛି । ‘ଇନଷ୍ଟାଗ୍ରାମ’ ରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଏକ ଲକ୍ଷ ସତର ହଜାର । ଅନେକଙ୍କ ଧାରଣା, ମାରିଆଙ୍କ ଆଖି ବିଶ୍ୱରେ ବୃହତ୍ତମ । ପୁଣି ଅନେକ ଭାବୁଛନ୍ତି, କୌଣସି ଏକ କମ୍ପ୍ୟୁଟର ସଫଟୱେୟାର ସାହାଯ୍ୟରେ ସେ ନିଜର ଆଖିକୁ ବଦଳାଇ ଉପସ୍ଥାପିତ କରୁଛନ୍ତି । ମାରିଆ ମଧ୍ୟ ଜଣେ ପେସାଦାର ଫଟୋଗ୍ରାଫର । ୨୦୧୬ ପୂର୍ବରୁ ପେସାଦାର ପାଚିକା ହେବା ଥିଲା ତାଙ୍କର ଲକ୍ଷ୍ୟ ତେବେ ହଠାତ୍ ମଡେଲିଂ ଓ ଫଟୋଗ୍ରାଫି ପ୍ରତି ଆକର୍ଷିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ