ଭାରତ ବିକାଶ ପରିଷଦ କେନ୍ଦ୍ରୀୟ ଶାଖା, ଭୁବନେଶ୍ୱରର ରକ୍ତଦାନ ଶିବିର
ଭୁବନେଶ୍ୱର, :(ଯୁଗାବ୍ଦ ନ୍ୟୁଜ୍) ରକ୍ତଦାନ ମହାନ୍ ଦାନ ନୀତିକୁ ଆଧାର କରି ଭାରତ ବିକାଶ ପରିଷଦର ପଞ୍ଚସୂତ୍ରର ମାଧ୍ୟମରେ ଜୁନ୍ ୨୭ ତାରିଖ ପରିଷଦର ପ୍ରତିଷ୍ଠାତା ଡ. ସୁରଜ ପ୍ରକାଶଙ୍କ ଶୁଭ ଜନ୍ମ ଦିବସରେ ଭୁବନେଶ୍ୱରର କେନ୍ଦ୍ରୀୟ ଶାଖା ରକ୍ତଦାନ ଶିବିର ଆୟୋଜନ କରିଥିଲା ଏବଂ ଝାରପଡ଼ାସ୍ଥିତ ଭାରତୀ ବିଦ୍ୟା ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ବିଦ୍ୟା ମନ୍ଦିରର ବହୁ ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ କେତେକ ଯୁବ ସଂଗଠନର କର୍ମକର୍ତ୍ତାମାନେ ଏହି ଶିବିରରେ ରକ୍ତଦାନ କରିଥିଲେ ଏବଂ ବିଦ୍ୟା ମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଆନ୍ତରିକ ସାହାଯ୍ୟ ଓ ସହଯୋଗରେ କାର୍ଯ୍ୟକ୍ରମ ସ·ରୁ ରୂପେ ପରି·ଳନା ହୋଇପାରିଥିଲା । ଶାଖା ତରଫରୁ ଜଳଯୋଗାଣର ବ୍ୟବସ୍ଥା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶାଖାର ଡ. ଜ୍ୟୋତ୍ସ୍ନା ମହାପାତ୍ର, ସଚିବ ବିମଳ ମହାନ୍ତି, ଅର୍ଥ ସଚିବ ବିଷ୍ଣୁପ୍ରସାଦ ତ୍ରିପାଠୀ, ଡା ସଚିଦାନନ୍ଦ ମିଶ୍ର, ଡା ସଞ୍ଜୀବ ପଣ୍ଡା, ସଭ୍ୟା ଡ. ଶ୍ରୀକାନ୍ତ ପଟ୍ଟନାୟକ, ଦେବଦତ୍ତ ପଣ୍ଡା, ପ୍ରମୋଦ ଦାଶଙ୍କ ସହ କ୍ଷତ୍ରୀୟ ସଚିବ ଶ୍ରୀମତୀ ସଙ୍ଗୀତା ଦାଶ ଓ ରାଷ୍ଟ୍ରୀୟ ସଚିବ ଗୀତା ପଟ୍ଟନାୟକ ଉପସ୍ଥିତ ରହିଥିଲେ । କ୍ୟାପିଟାଲ ହସ୍ପିଟାଲ ବ୍ଲଡ଼ବ୍ୟାଙ୍କ ନିର୍ଦ୍ଦେଶକ ଡ. ଦେବାଶୀଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ସଙ୍ଗୀତା ଦାଶ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ । ସମାଜସେବୀ ଜଗନ୍ନାଥ ପ୍ରଧାନ, ଶ୍ରୀମତୀ ସୁଭଦ୍ରା ମିଶ୍ର ଏବଂ ମନୋରଞ୍ଜନ ମହାନ୍ତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ତାଙ୍କ ମହାନ୍ କାର୍ଯ୍ୟ ପାଇଁ ଉତ୍ସାହିତ କରିବା ସହ ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ପ୍ରମାଣ ପତ୍ର ଓ ପରିଚୟ ପତ୍ର ପ୍ରଦାନ କରିଥିଲେ । ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ସଚିବ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଉପସ୍ଥିତ ରକ୍ତଦାତା, ରାଜଧାନୀ ଚିକିତ୍ସାଳୟ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଏବଂ କର୍ମ·ରୀ ତଥା ଭାରତୀ ବିଦ୍ୟାମନ୍ଦିରର ଗୁରୁଜୀ, ଗୁରୁମା ଏବଂ ଆୟୋଜକ ଭାରତ ବିକାଶ ପରିଷଦ, କେନ୍ଦ୍ରୀୟ ଶାଖା ଏବଂ ଶ୍ରୀମତୀ ସଙ୍ଗୀତା ଦାସ ଏଭହି ମହତ୍ କାର୍ଯ୍ୟ ଆୟୋଜନ କରିଥିବାରୁ ସାଧୁବାଦ ଜଣାଇଥିଲେ ।