ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ: ଅଳ୍ପକେ ବର୍ତ୍ତିଲେ ୩୦ ଶ୍ରମିକ
କଲାହାଣ୍ଡି ଜିଲ୍ଲା, (ୱାଇଏନ୍ଏସ୍): ଗୋଲାମୁଣ୍ଡା ଥାନା ଆମଗୁଡାପାଖରେ ଆଜି ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ସୂଚନା ଯୋଗ୍ୟ, ଓଡ଼ି – ୦୮-ଜି-୮୬୬୮ ପିକଅପ ଭ୍ୟାନ ଯୋଗେ ଆଜି ପଞ୍ଜିଆ ଗ୍ରାମରୁ ୩୦ ରୁ ଉର୍ଦ୍ଧ ଶ୍ରମିକ ନିକଟସ୍ଥ ଘୋଟିଆକୁ ଘର କାମ ପାଇଁ ଯାଉଥିଲେ । ତେବେ ଆମଗୁଡା ପାଖରେ ଭାରସାମ୍ୟ ହରାଇ ଏହି ପିକଅପ ଗାଡି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ପିକପରେ ଥିବା ଶ୍ରମିକ ମାନେ ଖଣ୍ଡିଆ ଖାବରା ହୋଇଥିବା ବେଳେ ଗୁରୁତ୍ୱର ମାନଙ୍କୁ ଧର୍ମଗଡ଼ ଡାକ୍ତରଖାନାକୁ ପଠାଯାଇ ଥିବା ସୂଚନା ମିଳିଛି। ତେବେ କିଭଲି ଭାବରେ ଏହି ମାଲବାହି ପିକଅପ ଭ୍ୟାନ ଯୋଗେ ଏତେ ଶ୍ରମିକଙ୍କୁ ନିଆ ଯାଉଥିଲା ତାହା ଏବେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଖବର ପାଇ ଘଟଣା ସ୍ଥଳରେ ଗୋଲାମୁଣ୍ଡା ଓ ଦଶପୁର ପୋଲିସ ପହଞ୍ଚି ଆଦତ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।