ଭାରସାମ୍ୟ ହରାଇ ଗଛକୁ ପିଟିଲା ଅଟୋ
ମୋହନା(ଯୁଗାବ୍ଦ ନ୍ୟୁଜ) ଅଟୋ ଗାଡି ଟେଷ୍ଟିଙ୍ଗ ବେଳେ ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଘଟିଛି ମର୍ମନ୍ତୁକ ଦୁର୍ଘଟଣା। ଦୁର୍ଘଟଣା ରେ ମହେନ୍ଦ୍ରଗଡ ଅଟୋ ସୋ ରୁମ୍ ରେ କାଯ୍ୟରତ ମେକାନିକା କୈଳାସ ବଡସିଙ୍ଗ ମୃତ ହୋଇଥିବା ବେଳେ ତାଙ୍କ ସାଙ୍ଗରେ ଜଣେ ସହଯୋଗୀ ରହିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଟୋ ର ସର୍ଭିସିଙ୍ଗ ପରେ ଟେଷ୍ଟିଙ୍ଗ କରିବା ପାଇଁ ନିଜେ ଅଟୋ ଚଳାଇ କୈଳାସ ଛେଳିଗଡ ରୁ ମହେନ୍ଦ୍ରଗଡ ଅଭିମୁଖେ ଯାଉଥିଲେ , କିନ୍ତୁ ଦୁର୍ଭାଗ୍ୟ ବଶତଃ ଅଟୋଟି ଭାରସାମ୍ୟ ହରାଇ ଛେଳିଗଡ ହାଟପଦା ନିକଟସ୍ଥ ଆମ୍ବଗଛକୁ ପିଟି ହୋଇଯାଇଥିଲା । ସାଙ୍ଗେ ସାଙ୍ଗେ ସ୍ଥାନୀୟ ଲୋକେ କୈଳାସ କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ମେଡିକାଲ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥା ରେ କୈଳାସ କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ଆର ଉଦୟଗିରି ଥାନା ପୋଲିସ ଶବ କୁ ଜବତ କରିବା କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରୀ ରଖିଛି।