ଭାରସାମ୍ୟ ହରାଇ ଗଛକୁ ପିଟିଲା ଘରୋଇ ଯାତ୍ରୀବାହୀ ବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଗଛରେ ପିଟି ହେବାରୁ ଡ୍ରାଇଭର ସମେତ ୧୫ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ ଆଜି ସକାଳେ ବାଲିଆପାଳରୁ ଯାତ୍ରୀ ନେଇ ବାଲେଶ୍ବର ଅଭିମୁଖେ ଯାଉଥିବା ନୁପୁର ନାମକ ଏକ ଘରୋଇ ବସର ଆଗ ଚକା ଫାଟି ଯାଇଥିଲା। ଯାହା ଫଳରେ ସିଂଲା ଥାନା ଅନ୍ତର୍ଗତ ପୁଟୁରା ଛକ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଜୋରରେ ଧକ୍କା ଦେଇଥିଲା। ବସରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି। ତେବେ ବସର ଆଗ ପଟଟି ନଷ୍ଟ ହୋଇଥିବାରୁ ଡ୍ରାଇଭର ଦୀର୍ଘ ସମୟ ଧରି ବସ୍ ଭିତରେ ଭିତରେ ଫସି ରହିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ବସ୍ତା ହସପିଟାଲରେ ଭର୍ତ୍ତି କରାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ସିଂଲା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ