ଭାରସାମ୍ୟ ହରାଇ ପୋଖରାରେ ପସିଲା ସ୍କୁଲ ଭ୍ୟାନ

ଚିକିଟି , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ ନୂଆଗାଁ ଥାନା ଅନ୍ତର୍ଗତ ନୂଆପଡ଼ାଠାରେ ଥିବା ଘରେଇ ମାର୍ଗଦର୍ଶୀ ଶିଶୁବିଦ୍ୟାର ଏକ ଭ୍ୟାନ ଓ.ଆର( ଙଜ ୦୭ ଟ ୯୬୭୭) ପ୍ରତିଦିନ ଭଳି ବୁଧବାର ସକାଳେ ପିଲାଙ୍କୁ ସ୍କୁଲ ଆଣିବା ପାଇଁ ତିକରପଡା ବଜ୍ରଗୁମା ବାହାରିଥିଲା।ପିଲାଙ୍କୁ ଗାଡ଼ିରେ ବସାଇ ଦାଉଣୀ କୁ ଯୋଗା ଯୋଗ କରୁଥିବା ବିଜୁସେତୁ ହୋଇଥିବା ରାସ୍ତାରେ କେଲାଝୁରି ହୋଇ ୨୩ ଜଣ ଛାତ୍ରଛାତ୍ରୀ ଙ୍କୁ ଧରି ସ୍କୁଲ ଅଭିମୁଖେ ଆସୁଥିଲା। ବାଟରେ ଗ୍ରାମ ଗୁଡିକ ର ବିଦ୍ୟାର୍ଥୀ କୁ ଭ୍ୟାନ ରେ ବସେଇ ଆସୁଥିବାବେଳେ ଲାଲମେଣ୍ଟା ପଂଚାୟତ ର ପହଁରାବାଡ଼ି ଗ୍ରାମ ନିକଟରେ ଥିବା ଏକ ଅମରି ଲତା ଭରପୁର ହୋଇଥିବା ଛୋଟ ଗାଡିଆ ମଧ୍ୟରେ ଭାରସାମ୍ୟ ହରାଇ ଭିତରେ ପସି ଓଲଟି ଯାଇଥିଲା। ସଂଗେ ସଂଗେ ଏହି ଗ୍ରାମର ଲୋକମାନେ ଆସି ପିଲାମାନଙ୍କୁ ଭ୍ୟାନ ଭିତରୁ ବାହାର କରି ଓଲଟି ଥିବା ଭ୍ୟାନଟିକୁ ଠିକକରିଥିଲେ। ପରେ ସମସ୍ତ ଭୟଭୀତ ହୋଇଥିବା ପିଲାଙ୍କୁ ନୂଆପଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତି କରାଯାଇଥିଲା। ସେଠାରେ ସବୁ ବିଦ୍ୟାର୍ଥୀ ଙ୍କ ଅବସ୍ଥା ଠିକ ଥିବାବେଳେ ସାନକେଲାଝୁରି ଗ୍ରାମର ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ସରିତା ଗୌଡ଼ଙ୍କ ସ୍ୱାସ୍ଥ୍ୟବସ୍ତା ଅଧିକା ବିଗିଡିବା ଯୋଗୁଁ ବ୍ରହ୍ମପୁର ମେଡିକାଲ କୁ ନିଆଯାଇଛି। ଅମରି ଲତା ଓ ଗାଡିଆ ମଧ୍ୟରେ ଅଧିକା ପାଣି ନଥିବାରୁ ବା ଭ୍ୟାନ ଟି ସ୍ୱଳ୍ପ ଗତିରେ ଥିବାଯୋଗୁଁ ସମସ୍ତେ ଅଳ୍ପକେ ବର୍ତି ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ