ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀ ଗୁରୁତର ମେଡିକାଲରେ ଚିକିତ୍ସିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ ଡବେରୀ ଗ୍ରାମ ନିକଟ ବାଲାପାଙ୍ଗା ଛକ ନିକଟରେ ବାଇକ ଦୁର୍ଘଟଣାରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣ ହେଲେ ଥାନା ଅର୍ନ୍ତଗତ ବି.ଡକେବାଡ଼ି ଗ୍ରାମର ସାନୁ ପ୍ରଧାନ ଏବଂ ଦେବିକା ମଲ୍ଲିକ।ସୂଚନା ମୁତାବକ, ଉଭୟ ସ୍ୱାମୀ ସ୍ତ୍ରୀ କୌଣସି କାମରେ ଦାରିଙ୍ଗବାଡ଼ି ଅଂଚଳକୁ ଆସି ଅପରାହ୍ନ ୪ଟା ସମୟରେ ଘରକୁ ଫେରୁଥିବା ବେଳେ ଡବେରୀ ନିକଟସ୍ଥ ବାଲାପାଙ୍ଗା ଛକ ନିକଟରେ ଥିବା ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଫଳରେ ସ୍ୱାମୀ ସ୍ତ୍ରୀ ରାସ୍ତା କଡ଼ରେ ପଡ଼ିରହିଥିଲେ। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗକୁ ଜଣାଇବା ପରେ ବିଭାଗ ତରଫରୁ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତିକରାଇଥିଲେ।ତେବେ ସ୍ୱାମୀ ସାନୁ ପ୍ରଧାନଙ୍କ ମୁଣ୍ଡ ଏବଂ କାନରେ ବହୁତ ଆଘାତ ସହିତ ରକ୍ତସ୍ରାବ ହେତୁ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ବେଳେ ସ୍ତ୍ରୀ ଦାରିଙ୍ଗବାଡ଼ି ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ