ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅନ୍ତର୍ଗତ କିରିକୁଟୀ ପଞ୍ଚାୟତ ପାଟ୍ଟାଙ୍ଗୀ ଗ୍ରାମ ନିକଟ ୫୯ ନଂ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଭାବରେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ କିରିକୁଟୀ ପଞ୍ଚାୟତ ମେଡୁବାଡ଼ି ଗ୍ରାମର ଅଭୟ ପ୍ରଧାନ ଏବଂ ଗୁରୁତର ଆହତ ଜଣକ ହେଲେ କ,ନୁଆଗାଁ ଥାନା ଅର୍ନ୍ତଗତ ଢେପାକେତା ଗ୍ରାମର ସିଦ୍ଧାନ୍ତ ପ୍ରଧାନ।ମିଳିଥିବା ସୂଚନା ପ୍ରକାରେ, ଗତକାଲି ଦୁହେଁ ବାଇକରେ ସିମନବାଡ଼ି ଗ୍ରାମରୁ ଢେପାକେତା ଯିବା ସମୟରେ ବାଇକ ଚାଳକ ଜଣକ ଭାରସାମ୍ୟ ହରାଇ ପାଟ୍ଟାଙ୍ଗୀ ଗ୍ରାମ ପୂର୍ବ ବୁଲାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଅଭୟ ପ୍ରଧାନଙ୍କର ମୃତ୍ୟ ଘଟିଥିବା ବେଳେ ସିଦ୍ଧାନ୍ତ ପ୍ରଧାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଦାରିଙ୍ଗବାଡ଼ି ପୁଲିସ ଥାନାରେ କେସନଂ ୧୫୭/୨୦ରେ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ