ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
କଳାହାଣ୍ଡି ,(ଯୁଗାବ୍ଦ ନ୍ୟଜ୍) : କଳାହାଣ୍ଡି ଜିଲ୍ଳା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମର ଜଣେ ବୃଦ୍ଧାଙ୍କୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଜଣଙ୍କ ପରିଚୟ ପରଖିତ ରାଉତ । ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଦାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତକରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ଭବାନୀ ପାଟଣା ଡାକ୍ତରଖାନାକୁ ସ୍ତାନାନ୍ତରିତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବୃଦ୍ଧ ଜଣକ ଶୁକ୍ରବାର ପ୍ରାତ ସମୟରେ ନିକଟ ନଦୀକୁ ଯାଇଥିବା ବେଳେ ୨ଟି ଭାଲୁ ଦ୍ୱାରା ଆକ୍ରମଣର ଶୀକାର ହୋଇଥିଲେ । ଭାଲୁ ଆକ୍ରମଣରେ ମୁହଁର ଗଭୀର କ୍ଷତ ଲାଗିଥିବା ଜଣାପଡିଛି । ବାରମ୍ବାର ପାଖ ଜଙ୍ଗଲରୁ ଭାଲୁ ମାନେ ଜନବସତି ମୁହାଁ ହେଉଥିବା ବେଳେ ବନ ବିଭାଗ ପ୍ରଶାସନ ନିରବ ସାଜିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।