ଭିକୁ ସେଠ୍ ଙ୍କ ଅକାଳ ବିୟୋଗ
ଚୌଦ୍ଵାର, (ଦୀପକ୍ କୁମାର ବେଉରା): ଓଡ଼ିଆ ଯାତ୍ରା ଜଗତ ରେ ଏକ ସମୟରେ ଚହଳ ସୃଷ୍ଟି କରିଥିବା ଜନତା ଗଣ ନାଟ୍ୟ ର ଶ୍ର|ଗୁଣା ବସିଚି ଡେଣା ମେଲେଇ ଯାତ୍ରା ରେ ଖଳନାୟକ ଭୂମିକାରେ ବଳିଷ୍ଠ ଅଭିନୟ କରି ଯାତ୍ରା ଜଗତ ରେ ଷ୍ଟାର୍ ପାଲଟି ଥିବା ଭିକୁ ସେଠ୍ (ମହେନ୍ଦ୍ର ଦାସ) ୫୫ ଙ୍କର ଆଜି ଦେହାନ୍ତ ହୋଇଯାଇଛି | ଚୌଦ୍ୱାର ଲେବର ଟେନମେଣ୍ଟ କଲୋନୀ ରେ ରହୁଥିବା ବାସଭବନ ରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ କଟକ ବଡ ମେଡିକାଲ ରେ ଚିକିତ୍ସିତ ହେଉଥିଲେ | ଆଜି ତାଙ୍କ ଦେହାନ୍ତ ହୋଇଯାଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି | ମହେନ୍ଦ୍ର ଦାଶ ସାରା ଓଡିଶା ତଥା ଯାତ୍ରା ଜଗତ ରେ ଭିକୁ ସେଠ ଭାବରେ ପରିଚିତ | ନାଟକର ବଳିଷ୍ଠ ଅଭିନୟ ପାଇଁ ସାରା ରାଜ୍ୟରେ ଚର୍ଚିତ ଚେହେରା ପାଲଟିଯାଇଥିଲେ | ସେ ପରଠୁ ଠାରୁ ସେ ଆଉ ପଛକୁ ଫେରି ଚାହିନାହାନ୍ତି | ଗୋଟିଏ ପରେ ଗୋଟିଏ ବଳିଷ୍ଠ ଅଭିନୟ ର ଚେହେରା ଦର୍ଶକ ମାନଙ୍କ ହୃଦୟରେ ଏକ ଛାପ ଛାଡିଦେଇଯାଇଛନ୍ତି | କଳିଙ୍ଗ ଗଣ ନାଟ୍ୟ, ଧଉଳି ଗଣ ନାଟ୍ୟ ରେ କାମ କରିବା ସହ ତାଙ୍କର ଶେଷ ସମୟରେ ପାର୍ବତୀ ଗଣ ନାଟ୍ୟରେ ଯାତ୍ରା ପରିବେଷଣ କରୁଥିଲେ | ତାଙ୍କର ମୃତ୍ୟୁ ରେ ଅଭିନୟ ଜଗତରେ ଅପୂରଣୀୟ କ୍ଷତ ହେବା ସହିତ ଯାତ୍ରା ଜଗତ ରେ ଶୋକ ର ଛାୟା ଖେଳି ଯାଇଛି l


