ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ଉଦ୍ୟାନ କୃଷି ବିଭାଗ କର୍ମଚାରୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଭିଜିଲାନ୍ସ ଜାଲରେ ଉଦ୍ୟାନ କୃଷି ବିଭାଗ କର୍ମଚାରୀ। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡି ଅଞ୍ଚଳର ଉଦ୍ୟାନ କୃଷି ବିଭାଗ କର୍ମଚାରୀ ବଟ କ୍ରିଷ୍ଣା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି। ସୂଚନା ଅନୁଯାୟୀ, ମନରେଗା ଯୋଜନାରେ ଆମ୍ବ ଗଛ ଲଗାଯାଇଥିବା ବିଲର ପ୍ରକ୍ରିୟାକରଣ ପାଇଁ ବଟ କ୍ରିଷ୍ଣା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ବଟ କ୍ରିଷ୍ଣାକୁ ଗିରଫ କରି ଏକ ମାମଲା ରୁଜୁ କରିଛି ।