ଭିଜିଲାନ୍ସ ଦ୍ୱାରା ଦଣ୍ଡିତ ତହସିଲଦାର ଙ୍କୁ ପୁଣି ଅବସ୍ଥାପିତ କୁ ନେଇ ତେଜୁଛି ଅସନ୍ତୋଷ
ନବରଙ୍ଗପୁର:(ୱାଇଏନଏସ): ଭିଜିଲାନ୍ସ ଦ୍ୱାରା ଦଣ୍ଡିତ ଅଧିକାରୀ ଙ୍କୁ ମିଳିଛି ଦଣ୍ଡାଧିକାର ଦାୟିତ୍ୱ । ପୂର୍ବରୁ ଏକ ଦୁର୍ନୀତି ଜାଲ ରେ ଛନ୍ଦି ହୋଇ ଭିଜିଲାନ୍ସ କୋର୍ଟ ରେ ଜେଲ ଦଣ୍ଡ ରେ ଦଣ୍ଡିତ ହୋଇଥିବା ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ତହସିଲଦାର ଙ୍କୁ ପୁଣି ସେହି ଗୁରୁତ୍ୱପୂର୍ଣ୍ଣ ପଦବୀ ରେ ଅବସ୍ଥାପିତ କରାଯାଇଥିବା କୁ ନେଇ ତେଜୁଛି ଜନ ଅସନ୍ତୋଷ ।ତହସିଲଦାର ଙ୍କୁ ବଦଳି ପାଇଁ ଉଠୁଛି ଦାବି । ନବରଙ୍ଗପୁର ଜିଲ୍ଲା କଡିଙ୍ଗା ତହସିଲଦାର ସୁବ୍ରତ କୁମାର ବେହେରା ସୂବର୍ଣ୍ଣପୁର ଜିଲ୍ଲା ତରଭା ତହସିଲ ଠାରେ ୧୬/୧୧/୨୦୨୦ ତହସିଲଦାର/ ସବ ରେଜିଷ୍ଟ୍ରର ଭାବେ କାର୍ଯ୍ୟରତ ଥିବା ବେଳେ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ବଲାଙ୍ଗୀର ଭିଜିଲାନ୍ସ କୋର୍ଟ ଦ୍ୱାରା ଗତ ୧୯ ଡିସେମ୍ବର ୨୦୨୪ ତାରିଖ ଦିନ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିଲେ। ତହସିଲଦାର ଙ୍କୁ ଦଣ୍ଡ ସ୍ୱରୂପ ତିନି ବର୍ଷ ଜେଲ ସହ ୩୦ ହଜାର ଟଙ୍କା ଜରିମାନା ପୈଠ ଦଣ୍ଡ ରେ ଦଣ୍ଡିତ କରିଥିଲେ କୋର୍ଟ । ତେବେ ସେ ଜାମିନରେ ଆସିବା ପରେ ସରକାର ଙ୍କ ଦ୍ଵାରା ତାଙ୍କୁ ବଦଳି ନ କରି ପୁଣି କୋଡ଼ିଙ୍ଗା ଠାରେ ପୁନଃ ଅବସ୍ଥାପିତ କରାଯାଇଥିବା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ବ୍ୟକ୍ତି କିଭଳି ଅନ୍ୟକୁ ଶାସନ କରିପାରିବେ ଓ ଅନ୍ୟ ଅଧିକାରୀ ଙ୍କୁ ଦୁର୍ନୀତି ରୋକିବା ପାଇଁ କହିପାରିବେ ବୋଲି ସାଧାରଣ ରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଏଥିସହ ମାସ କୁ କେବଳ ୧୦ ଦିନ ନିଜ କାର୍ଯ୍ୟ ରେ ଯୋଗଦେଇ ଅନ୍ୟ ସବୁ ଦିନ କେଉଁ ଆଡେ ଉଭାନ ହୋଇଯାଆନ୍ତି ବୋଲି ସ୍ଥାନୀୟ ଆଇନଜୀବୀ ଅରୁଣ କୁମାର ନାୟକ ପ୍ରକାଶ କରିଛନ୍ତି। ତୁରନ୍ତ ଏହି ଅଧିକାରୀଙ୍କୁ ବଦଳି ପାଇଁ ସ୍ଥାନୀୟ ଓକିଲ ସଂଘ ତରଫରୁ ରାଜସ୍ବ ମନ୍ତ୍ରୀ ଙ୍କୁ ଲିଖିତ ଆକାରେ ଜଣାଇଥିବା ସୂଚନା ଦେଇଛନ୍ତି । ଅନ୍ୟପଟେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଦୁର୍ନୀତି ଗସ୍ତ ଅଧିକାରୀ ଙ୍କୁ ଉଚ୍ଚ ପଦବୀ ରେ ନିଯୁକ୍ତି ଦିଆଯାଇଛି ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପାଇଁ ଏହା ଏକ ହାସ୍ୟାସ୍ପଦ ଘଟଣା ବୋଲି ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିବା ସହିତ ଗତ ସରକାର ରେ ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବରୁ ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀ ଙ୍କୁ ଦଣ୍ଡିତ କରାଯାଇଥିବା ର ଅନେକ ନଜିର ରହିଥିବା ବେଳେ ବର୍ତ୍ତମାନ ସରକାର କୋର୍ଟ ପକ୍ଷରୁ ଦଣ୍ଡିତ ଅଧିକାରୀ ଙ୍କୁ ପୁଣି ସେହି ପଦବୀ ରେ ଅବସ୍ଥାପିତ କରିଛନ୍ତି ତାହାକୁ ନେଇ ଆଶ୍ୱର୍ଯ୍ୟ ପ୍ରକଟ କରିବା ସହ ନୂତନ ସରକାର ଙ୍କ ସ୍ଵଛତା ପ୍ରତି ଆଙ୍ଗୁଳି ନିର୍ଧେଶ କରିଛନ୍ତି ପ୍ରଦୀପ ମାଝି।ତୁରନ୍ତ ଏଭଳି ଅଧିକାରୀ ଙ୍କୁ ପଦଚ୍ୟୁତ କରି ନୂତନ ଅଧିକାରୀ ଅବସ୍ଥାପିତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।