ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କଲେ ଅତିରିକ୍ତ ଜିଲ୍ଲାପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡସ୍ତରୀୟ ସମସ୍ତ ସିଡିପିଓ ଏବଂ ସମସ୍ତ ବ୍ଲକ ର ନିର୍ବାହୀ ଯନ୍ତ୍ରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲ।। ଏଥିରେ ଉପଖଣ୍ଡସ୍ତରୀୟ ଚାଲିଥିବା ଅଙ୍ଗନବାଡି ଗୁଡିକର କାର୍ଯ୍ୟ ନଭେମ୍ବର ମାସ ସୁଦ୍ଧା ଶେଷ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିବା ସହ ଯେଉଁ ଅଂଚଳରେ ଅଙ୍ଗନବାଡି କେନ୍ଦ୍ର ଗୁଡିକର ନିର୍ମାଣ ସରିଛି ବିଡିଓ ମାନେ ଖୁବ୍ ଶୀଘ୍ର ସିଡିପିଓ ମାନଙ୍କୁ ହସ୍ତାନ୍ତର କରନ୍ତୁ । ଯେଉଁ ଅଂଚଳ ଗୁଡିକରେ ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଜାଗା ଚିହ୍ନଟ ହୋଇନାହିଁ ।ତାହା ଖୁବ୍ ଶୀଘ ଚିହ୍ନଟ କରାଯାଇ କାର୍ଯ୍ୟ କରିବା ନିମନ୍ତେ ପ୍ରଦାନ କରାଯିବ । ଅଙ୍ଗନବାଡି କେନ୍ଦ୍ର ନିମନ୍ତେ ଜାଗା ନିମନ୍ତେ କୈାଣସି ଅସୁବିଧା ରହିଛି ଏହାକୁ ତହସିଲଦାର ଓ ଉପଜିଲ୍ଲାପାଳ ମିଳିତ ଭାବେ ଯାଞ୍ଚ କରି ସମାଧାନ କରିବେ । ଯେଉଁ ଅଂଚଳ ଗୁଡିକରେ ବର୍ତ୍ତମାନ ସୁଦ୍ଧା ଅଙ୍ଗନବାଡି କେନ୍ଦ୍ର ନାହିଁ ସେମାନେ ସ୍କୁଲ ଗୁଡିକରେ ଆରମ୍ଭ କରିବେ ଏବଂ ସ୍କୁଲ ଗୁଡିକରେ ଆରମ୍ଭ କରିଲେ ସ୍କୁଲ କମିଟି କିମ୍ବା ଗ୍ରାମବାସୀ କୈାଣସି ବିରୋଧ କରନ୍ତି ତାହାକୁ ଉପଜିଲ୍ଲାପାଳ ସମାଧାନ କରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ କହିଥିଲେ । ଏହି ସମୀକ୍ଷା ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଛତ୍ରପୁର ଉପଖଣ୍ଡସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡା ଙ୍କ ସମେତ ସମସ୍ତ ସିଡିପିଓ ଏବଂ ନିର୍ବାହୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ