‘ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ କର୍ମଶାଳା

ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଭିନ୍ନକ୍ଷମମାନଙ୍କ ଅଧିକାର ଓ ଅଧିନିୟମ ୨୦୧୬ ଓ ବିଭିନ୍ନ ଯୋଜନା ସମ୍ବନ୍ଧରେ ସମ୍ବେଦନଶୀଳ ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ‘କର୍ମଶାଳା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କମିଶନର ଅଧ୍ୟକ୍ଷା ସୁଲୋଚନା ଦାସ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରି ଭିନ୍ନକ୍ଷମ ପ୍ରତି ସମ୍ବେଦନଶୀଳ ,ସହନଶୀଳ,ସମବେଦନାପୁର୍ଣ, ସହଯୋଗ ମନୋଭାବ ପୋଷଣ କରିବା ଉଚିତ ବୋଲି ପ୍ରଶାସନିକ ଅଧିକାରୀ ମାନଙ୍କୁ ସୂଚାଇଥିଲେ । ଏହା ସହ ସେ ଆହୁରି ମଧ୍ୟ କହିଥିଲେ ଯେ , କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ବହୁ ଯୁଗାନ୍ତକାରୀ ଯୋଜନା ବ୍ୟବସ୍ଥା କରାଯାଇଛି ଓ ସେମାନେ ମଧ୍ୟ ସମାଜ ପ୍ରଗତିରେ ଭାଗୀଦାର । ସେମାନଙ୍କୁ କୌଣସି ପ୍ରକାରରରେ ଅଣଦେଖା ଓ ଅବହେଳିତ କରାଯାଇପାରିବ ନାହିଁ । ସେମାନଙ୍କୁ ହଇରାଣ ନ କରି ସରକାରଙ୍କର ବିଭିନ୍ନ ଯୋଜନାରେ ଯାହାକୁ ଯେଭଳି ସାହାଯ୍ୟ କଲେ ସେମାନେ ସୁସ୍ଥରେ ବଂଚିବା ସହ ଆତ୍ମନିର୍ଭରଶୀଳ ହୋଇପାରିବ ତାହାକୁ ଗୁରୁତ୍ବ ଦିଅନ୍ତୁ । ଭିନ୍ନକ୍ଷମମାନେ ମଧ୍ୟ ସୃଷ୍ଟିର ଭଗବାନଙ୍କର ସନ୍ତାନ । ଭିନ୍ନକ୍ଷମ ମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସରକାର, ପ୍ରଶାସନିକ ଅଧିକାରୀ, ବେସରକାରୀ ସଂସ୍ଥା, ଗଣମାଧ୍ୟମ ସମସ୍ତେ ଉଦାର ମନୋଭାବ ଏବଂ ସହଯୋଗର ହାତ ବଢ଼ାଇବା ଉଚିତ । ଉକ୍ତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ରାଇରଙ୍ଗପୁର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀ, ଜିଲ୍ଲା ଭିନ୍ନକ୍ଷମ ବିଭାଗ ଅଧିକାରୀ ନିରଞ୍ଜନ ନାୟକ, ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣି ଯୋଗ ଦେବାସହ ବାମନଘାଟି ଏବଂ ପଞ୍ଚପୀଢ ଉପଖଣ୍ଡର ସମସ୍ତ ବିଡ଼ିଓ, ତହସିଲଦାର ଗୋଷ୍ଠୀ ଶିକ୍ଷା ପ୍ରଶାସକ, ଏବଂ ୧୫୦ ଉର୍ଦ୍ଧ ବିଭାଗୀୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ