ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସହାୟକ ଉପକରଣ ବଣ୍ଟନ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସମଗ୍ର ଶିକ୍ଷା ତରଫରୁ ରାଇରଙ୍ଗପୁର ସ୍ଥାନୀୟ କୁଚେଇବୁଡିସ୍ଥ ପିସିଏମ ବିଦ୍ୟାଳୟ ପରିସରରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ(ବରିଷ୍ଠ) ପ୍ରକାଶ ଚନ୍ଦ୍ର ମହାଳିକଙ୍କ ପ୍ରତ୍ୟକ୍ଷତତ୍ବାବଧାନରେ ଦୁଇ ଦିବସୀୟ ସେପ୍ଟେମ୍ବର ୨୦/୨୧ ତାରିଖ ଦିନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସହାୟକ ବରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଭିନ୍ନକ୍ଷମ ଓ ଗଣମାଧ୍ୟମ ସଂଯୋଜକ ନିରଞ୍ଜନ ନାୟକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଵିଶୋଇ,ବିଜାତଳା,ରାଇରଙ୍ଗପୁର, ରାଇରଙ୍ଗପୁର ମ୍ୟୁନସିପାଲଟି,ବହଳଦା,ଯାମଦା ଏବଂ ତିରିଂ ବ୍ଲକର୧୧୪ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।ଏଥିରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶ୍ରବଣ ଯନ୍ତ୍ର,ହୁଇଲ ଚେୟାର,,ତିନି ଚକିଆ ଗାଡି,ରୋଲେଟର,ଆଶାବାଡି,ଡେଜି ପ୍ଲେୟାର,ସ୍ମାର୍ଟ କେନ,ସିଫି ଚେୟାର ଓ ମାନସିକ ଅନଗ୍ରସର ପିଲାଙ୍କ ପାଇଁ କୀଟ ଇତ୍ୟାଦି ସହାୟକ ଉପକରଣ ବଣ୍ଟନ କରାଯାଇଥିଲା । ବ୍ଳକର ଏବିଓ , ରାଇରଙ୍ଗପୁର ବ୍ଳକର ସିଆରସିସି ସୁଶାନ୍ତ ପରୀକ୍ଷା,ଅଭୟ ଗିରି,,ମନୋରଂଜନ ମଣ୍ଡଳ,ଉର୍ମିଳା ପାଣି,ରାଇରଙ୍ଗପୁରର ସମ୍ବଳ ଶିକ୍ଷକ ମହେଶ ମହାପାତ୍ର,ସାଗରିକା ପଣ୍ଡା,ବିଜାତଳା ବ୍ଲକର ସମ୍ବଳ ଶିକ୍ଷକ ଦୟାନିଧି ଧନି,ପ୍ରଶାନ୍ତ କୁମାର ଦାସ,ତିରିଂ ବ୍ଳକର ସମ୍ବଳ ଶିକ୍ଷକ କିଶୋର କୁମାର ସାହୁ,ଜାମଦା ବ୍ଲକର ସମ୍ଵଳ ଶିକ୍ଷକ ସତ୍ୟବାନ ଗିରି,ବହଳଦା ବ୍ଲକର ସମ୍ବଳ ଶିକ୍ଷକ ସୁଶାନ୍ତ ଷଣ୍ଢ ,ବିଶୋଇ ବ୍ଲକର ସମ୍ବଳ ଶିକ୍ଷକ ପ୍ରମୁଖ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।