ଇଂ.ସମୀର ଦେଙ୍କ ଦାୟିତ୍ୱ ଗ୍ରହଣ ପରେ ତପ୍ତର‘ଆରଡବ୍ଲ୍ୟୁଏସଏସ’
ଅଢ଼େଇ ମାସରେ ୨୫ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ଓ ୨ ମେଗା ପ୍ରକଳ୍ପ ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା): ଜିଲା ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ (ଆରାଡବ୍ଲ୍ୟୁଏସଏସ) ନିର୍ବାହୀ ଯନ୍ତ୍ରୀ ଭାବେ ନିକଟ ଅତୀତରେ କାର୍ଯ୍ୟଭାର ଗ୍ରହଣ କରିଥିବା ଇଂ. ସମୀର ଦେ ଏବେ ବିଭାଗୀୟ କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିଛନ୍ତି । ବିଶେଷ କରି ଦୀର୍ଘଦିନ ଧରି ମନ୍ଥର ଗତିରେ ଚଲିଥିବା ବଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସାଙ୍ଗକୁ ଅନୁମୋଦିତ ନୂଆ ପ୍ରକଳ୍ପ କାର୍ଯ୍ୟାରମ୍ଭ ଉପରେ ସେ ଗୁରୁତ୍ୱ େଇଦଇଛନ୍ତି । ଗ୍ରାମାଞ୍ଚଳ ପାନୀୟଜଳ ଯୋଗାଣ କ୍ଷେତ୍ରରେ ଆରଡବ୍ଲ୍ୟୁଏସଏସ ଗୁରୁ ଦାୟିତ୍ୱ ବହନ କରୁଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ସେବା ପ୍ରଦାନ ସହ ଜନସାଧାରଣଙ୍କ ବିଶ୍ୱାସଭାଜନ ହେବା ପାଇଁ ଇଂ ଦେ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଉଛନ୍ତି । ଜୁଲାଇ ୭ ତାରିଖରେ ସେ ନିର୍ବାହୀ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରଠାରୁ ବିଭାଗରେ ଉଭୟ ଅଧିକାରୀ ଓ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରି ପ୍ରତିଟି କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ ଜାରି ରଖିଛନ୍ତି । ପୂର୍ବରୁ ବିଭିନ୍ନ କାରଣ ପାଇଁ ଅଟକି ରହିଥିବା ୨୫ ଗୋଟି ପ୍ରକଳ୍ପ କାର୍ଯ୍ୟ ଶେଷ ସହ ନୀଳଗିରି ଓ ଭୋଗରାଇର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଶୁଭାରମ୍ଭ କରିପାରିଛନ୍ତି ସେ । ମାତ୍ର ଅଢ଼େଇମାସ ମଧ୍ୟରେ ସେ ତାଙ୍କର ଦକ୍ଷତାବେଶ ପ୍ରତପାଦିତ କରି ପାରିଛନ୍ତି । ତାଙ୍କର ମାର୍ଗଦର୍ଶନରେ ବିଭାଗୀୟ କର୍ମଚାରୀ ଓ ଅଧିକାରୀମାନେ ବେଶ ସମୟାନୁବର୍ତ୍ତିତା ହୋଇ ନିଜ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି । ଏହା ବାଲେଶ୍ୱର ଜିଲାର ଅନ୍ୟାନ୍ୟ ବିଭାଗ ପାଇଁ ଉଦାହରଣ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।


