ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ସହ ଦୀପାବଳି ପାଳିଲେ ଗଂଜାମ ଏସପି
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍): ଆଲୋକପର୍ବ ଦୀପାବଳୀକୁ କିଏ କେଉଁ ଢଙ୍ଗରେ ପାଳନ କରିଛନ୍ତି । ହେଲେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ନିଜର ଜନ୍ମଦିନ ଓ ଦୀପାବଳୀ ଉତ୍ସବ ଏକ ନିଆରା ଢଙ୍ଗରେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ରବିବାର ଦିନ ଏସପି ଶ୍ରୀ ରାଏଙ୍କ ଜନ୍ମ ଦିନ ହୋଇଥିବାରୁ ସେ ଛତ୍ରପୁରସ୍ଥିତ ସମର୍ଥ ଆବାସିକ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସହ ମିଶି ପବିତ୍ର ଦୀପାବଳୀ ଉତ୍ସବ ପାଳନ କରିଥିଲେ । ଭିନ୍ନକ୍ଷମ ନୁହେଁ ତୁମେ ସକ୍ଷମ ଉଦାହରଣ ଦେଇ ସମସ୍ତ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ମିଷ୍ଟାନ ବଂଟନ କରି ପବିତ୍ର ଦୀପାବଳୀର ଶୁଭକାମନା ଦେଇଥିଲେ । ଏହାସହ ବିଦ୍ୟାଳୟର ବିଭିନ୍ନ ସୁବିଧା ଅସୁବିଧା କଥା ପଚାରିବୁଝିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନାଚଗୀତରେ ଝୁମିବା ସହ ଗଂଜାମ ଏସପିଙ୍କୁ ପାଖରେ ଦେଖି ଖୁସି ଜାହିର କରିଥିଲେ । ବିଦ୍ୟାଳୟରେ କେତେ ଜଣ ଛାତ୍ରଛାତ୍ରୀ ଅଛନ୍ତି ଆଉ କେତେଜଣ ଶିକ୍ଷକ/ଶିକ୍ଷୟତ୍ରୀ ଅଛନ୍ତି ସେ ବିଷୟରେ ଅଧ୍ୟକ୍ଷ କେ.ଆନନ୍ଦ ରାଓଙ୍କୁ ଏସପି ଶ୍ରୀ ରାଏ ପଚାରିବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଏସଡିପିଓ ଉକ୍ରଳ କେଶରୀ ଦାଶ, ରିଜର୍ଭ ଇନିସପେକ୍ଟର ଗଙ୍ଗାଧାର ଧାଙ୍ଗର , ହୋମଗାର୍ଡ ଆରଆଇ ସୁବଳ ସୋରେନ୍ , ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ସମେତ ବହୁ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।