ଭିଭୋ ପକ୍ଷରୁ ୱାଇ-୧୯ ସ୍ମାର୍ଟଫୋନ୍ର ବଜାର ପ୍ରବେଶ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୱାଇ-୧୯ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହାକୁ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି । ଏଥିରେ ୩ଟି ଏଆଇ ପଛ କ୍ୟାମେରା ରହିଛି । ସେଗୁଡ଼ିକ ଯଥାକ୍ରମେ ୧୬ ଏମ୍ପି, ୮ ଏମ୍ପି ଏବଂ ୨ ଏମ୍ପି କ୍ଷମତା ବିଶିଷ୍ଟ । ଏଥିରେ ୫୦୦୦ଏମଏଏଚ୍ ବ୍ୟାଟେରୀ ଏବଂ ୧୮ ୱାଟ୍ ଶୀଘ୍ର ଚାର୍ଜିଂ ହେଉଥିବା ଚାର୍ଜର ରହିଛି । ଏହା ମ୍ୟାଗ୍ନେଟିକ୍ ବ୍ଲାକ୍ ଏବଂ ସ୍ପ୍ରିଙ୍ଗ ହ୍ୱାଇଟ୍ ରଙ୍ଗରେ ଫ୍ଲିପ୍କାର୍ଟ, ଆମାଜନ, ପେଟିଏମ୍ ଆଦି ଅନ୍ ଲାଇନ୍ ପ୍ଳାଟଫର୍ମରେ ଏବଂ ଅଫଲାଇନ୍ ଅଂଶୀଦାର ତଥା ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ରେ ୨୦୧୯ ନଭେମ୍ବର ୨୦ ତାରିଖଠାରୁ ଉପଲବ୍ଧ ହେବ । ଏହାର ମୂଲ୍ୟ ୧୩,୯୯୦ଟଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ