ଭିଭୋ ଭାଙ୍ଗିଲା ନିଜ ରେକର୍ଡ

(ଯୁଗାବ୍ଦ ନ୍ୟୁଜ୍)ସଦ୍ୟ ପ୍ରକାଶିତ କାନସିଲ କ୍ୱୁ୨, ୨୦୧୯ରିପୋର୍ଟ ଅନୁସାରେ ଭିଭୋ ଇଣ୍ଡିଆ ଗତବର୍ଷର ଦ୍ୱିତୀୟ ତ୍ରୈମାସିକ ଉପରେ ୬୩ ପ୍ରତିଶତ ବୃଦ୍ଧି ଘଟାଇ ୫.୮ ନିୟୁତ ସ୍ମାର୍ଟଫୋନ ବଜାରକୁ ଛାଡିଛି । ଗତବର୍ଷ ଏହି ସମୟରେ ଭିଭୋ ଇଣ୍ଡିଆ ୩.୬ନିୟୁତ ସ୍ମାର୍ଟଫୋନ ଛାଡିଥିଲା । ରିପୋର୍ଟ ଅନୁସାରେ ସବୁଠାରୁ ଆଗରେ ଥିବା ମଡେଲ ମାନେ ହେଲେ ୱାଇ୧୭ ଏବଂ ୱାଇ୯୧ । ଏଗୁଡିକର ସଂଖ୍ୟା୧.୫ ନୁୟୁତରୁ ଅଧିକ ।
ଭିଭୋ ଇଣ୍ଡିଆ ପକ୍ଷରୁ ୨୦ହଜାର ଟଙ୍କାରୁ କମ ମଡେଲ (ୱାଇ ସିରିଜ) ଓ ୨୦ହଜାର ଟଙ୍କାରୁ ଉର୍ଦ୍ଧ (ଭି ସିରିଜ) ମଡେଲ ମୋବାଇଲ ବଜାରରେ୧୮ ପ୍ରତିଶତ ଅଂଶ ୨୦୧୯ର ଦ୍ୱିତୀୟ ତ୍ରୈମାସିକ ରେ ହାସଲ କରିପାରିଛି । ଏହା ପ୍ରଥମ ତ୍ରୈମାସିକରେ ୧୦ ପ୍ରତିଶତ ଥିଲା ।
ଏହା ଉପରେ ନିପୁନ ମାରୟା, ବ୍ରାଣ୍ଡ ଷ୍ଟ୍ରାଟେଜି ନିର୍ଦ୍ଦେଶକ, ଭିଭୋ ଇଣ୍ଡିଆ କହିଛନ୍ତି “ଏକ କ୍ରମ ବର୍ଦ୍ଧରୁ ଧାରା ଭିଭୋର ଗ୍ରାହକ ମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ମାନଙ୍କର ଫଳ ଉଭୟ ୱାଇ ସିରିଜ ଓ ଭି ସିରିଜ ଗ୍ରାହକ ମାନଙ୍କ ଦ୍ୱାରା ଦେଶ ଆଦୃତ ହୋଇପାରିଛି । ଭବିଷ୍ୟତରେ ଭିଭୋର ଅଭିନବକରଣ ଧାରା ଚାଲୁ ରହିବ ।”

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ