ଭିଭୋ ଲୋଗୋ ଡିଜାଇନ ପାଇଁ ଉପଭୋକ୍ତା ମାନଙ୍କୁ ଆମନ୍ତ୍ରଣ

ବିଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ପକ୍ଷରୁ “ଡିଜାଇନ ଭିଭୋ ମେକ ଇନ ଇଣ୍ଡିଆ ଲୋଗୋ” ପ୍ରତିଯୋଗିତାର ଘୋଷଣା କରାଯାଇଛି । ଏଥିରେ ଉପଭୋକ୍ତା ଏବଂ ପ୍ରଶଂସକ ମାନଙ୍କୁ ଭାଗନେବା ପାଇଁ ଆମନ୍ତ୍ରଣ କରାଯାଇଛି । ଭିଭୋର ଭାରତରେ ୫ ବର୍ଷ ପୁର୍ତି ଉପଲକ୍ଷେ କମ୍ପାନୀ ପକ୍ଷରୁ ଏହି ପ୍ରତିଯୋଗିତା ମାଧ୍ୟମରେ ଦେଶରେ ଉତ୍ପାଦନ କ୍ଷେତ୍ରରେ ଭିଭୋର ପ୍ରତିଶୃତି ବଦ୍ଧତା ଦର୍ଶାଇ ଲୋଗୋ ଡିଜାଇନ କରିବା ପାଇଁ ଯୋଜନା ରହିଛି । ଶ୍ରେଷ୍ଠ ବିବେଚିତ ଲୋଗୋକୁ ଭିଭୋ ହ୍ୟାଣ୍ଡସେଟ୍‌ରେ ସ୍ଥାନ ଦିଆଯିବ । ଏତଦ୍‌ବ୍ୟତିତ କୃତି ପ୍ରତିଯୋଗୀ ଙ୍କୁ ୫ଲକ୍ଷ ଟଙ୍କାର ପୁରସ୍କାର ଅର୍ଥ ଦିଆଯିବ । ପ୍ରତିଯୋଗିତାରେ ୧୦ଜଣ ରନର୍ସ-ଅପ ଙ୍କ ଡିଜାଇନ କୁ ଭିଭୋର ସୋସିଆଲ ମିଡିଆରେ ସ୍ଥାନ ଦିଆ ଯିବା ସହ ଭିଭୋ ହ୍ୟାଣ୍ଡସେଟ ପୁରସ୍କାର ରୁପେ ଦିଆଯିବ । ଏହି ପ୍ରତିଯୋଗିତା ପାଇଁ ଇଚ୍ଛୁକ ମାନେ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଭିଭୋ ଇଣ୍ଡିଆର କ୍ରିଏଟିଭ ଟିମ ଏବଂ ଟାଲେଂଟ ହାଉସ ଦ୍ୱାରା କୃତି ପ୍ରତିଯୋଗୀ ଚୟନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ