ଭିଭୋ ୟୁ-୧୦ ର ବିକ୍ରୟ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ
ଆମାଜନ.ଇନ ଏବଂ ଭିଭୋ ଇ-ଷ୍ଟୋର ରେ ବିକ୍ରୟ ସେପ୍ଟେମ୍ବର ୨୯ ରୁ ଆରମ୍ଭ ପ୍ରାଇମ ବିକ୍ରି ସେପ୍ଟେମ୍ବର ୨୮ ମଧ୍ୟାନ ୧୨ ଟାରୁ ସେପ୍ଟେମ୍ବର ୨୯ ମଧ୍ୟରାତ୍ରି ପର୍ଯ୍ୟନ୍ତ ସ୍ପେଶାଲ ଅଫର ୧୦୦୦ ଟଙ୍କା ପର୍ଯ୍ୟନ୍ତ ଅଧିକା କ୍ୟାଶବ୍ୟାକ୍ବି ଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ଭାରତ ବଜାରରେ ୟୁ-୧୦ ର ବିକ୍ରି ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ କରିବାକୁ ଯାଉଛି । ଏହି ହ୍ୟାଣ୍ଡସେଟ୍ ୩ଜିବି+୩୨ଜିବି, ୩ଜିବି+୬୪ଜିବି ଏବଂ ୪ଜିବି+୬୪ଜିବି ରେ ଉପଲବ୍ଧ ହେବ । ଏହାର ମୂଲ୍ୟ ଯଥାକ୍ରମେ ୮୯୯୦ ଟଙ୍କା, ୯୯୯୦ ଟଙ୍କା ଓ ୧୦,୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ଆମାଜନ.ଇନ ରେ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲରେ ସ୍ଥାନ ପାଇଛି । ଏହାଛଡା ଏହି ହ୍ୟାଣ୍ଡସେଟ୍ ଭିଭୋ ଇଣ୍ଡିଆ ଇ-ଷ୍ଟୋର ରେ ସେପ୍ଟେମ୍ବର ୨୮ ମଧ୍ୟରାତ୍ରି ଠାରୁ ଉପଲବ୍ଧ ହେବ । ପ୍ରାଇମ ସଦସ୍ୟ ମାନେ ସେପ୍ଟେମ୍ବର ୨୮ ମଧ୍ୟାନ ୧୨ଟା ଠାରୁ ଏହା କ୍ରୟ କରିପାରିବେ । ୟୁ-୧୦ ସ୍ମାର୍ଟଫୋନର ପ୍ରଥମ ଗ୍ରାହକ ମାନଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ଉ ପଲବ୍ଧ ହେବ । ଉପରୋକ୍ତ ମାନଙ୍କ ପାଇଁ ଭିଭୋ ୟୁ-୧୦ କ୍ରୟ ଉପରେ ଅନେକ ଅଫର ର ଘୋଷଣା କରାଯାଇଛି । ତନ୍ମଧ୍ୟରେ ଆମାଜନ.ଇନ ରେ ଏସ୍ବିଆଇ ଡେବିଟ ଓ କ୍ରେଡିଟ କାର୍ଡ ରେ ୧୦% ରିହାତି – ଭିଭୋ ଇଣ୍ଡିଆ ଇ-ଷ୍ଟୋର ରୁ ପରବର୍ତି କ୍ରୟ ବେଳେ ୭୫୦ଟଙ୍କା ଛାଡ – ୬୦୦୦ ଟଙ୍କାର ଜିଓ ଲାଭ – ଛଅ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍ଆଇ ଭିଭୋ ଇଣ୍ଡିଆର ବ୍ରାଣ୍ଡ୍ ଷ୍ଟ୍ରାଟେଜି ନିର୍ଦ୍ଦେଶକ, ନିପୁନ୍ ମାରୟା କହିଛନ୍ତି, “ଭିଭୋ ସର୍ବଦା ଉପଭୋକ୍ତାଙ୍କ ଅନୁଭବ କୁ ଅଗ୍ରାଧୀକାର ଦେଇ ଆଶାଠାରୁ ଅଧିକ ଯୋଗାଇଦେବାକୁ ପ୍ରଚେଷ୍ଟା କରେ । ନୂତନ ଓ ଅଭିନବ ଫିଚର ଥାଇ ଏବଂ ୧୨୦୦୦ ରୁ କମ ବର୍ଗରେ ଭିଭୋ ୟୁ-୧୦ ଅନ୍ୟ ସମସ୍ତଙ୍କ ଠାରୁ ବହୁ ଆଗରେ ଅଛି । ୟୁ-୧୦ ର ଶ୍ରେଷ୍ଠ ଫିଚର, ଆକର୍ଷଣୀୟ ମୁଲ୍ୟ ଓ ଅଫର ଆଦି ଉପଭୋକ୍ତାଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି ଆମେ ଆଶାବାଦୀ ।” ଭିଭୋ ୟୁ-୧୦ ସ୍ମାର୍ଟଫୋନ ପ୍ରଦର୍ଶନ, ଗତି ଓ ଅଭିଭୁତ କଲା ଭଳି ଡିଜାଇନ ର ଏକ ଅପୁର୍ବ ସଙ୍ଗମ । ୟୁ-୧୦ ସହ ଉଚ୍ଚମାନର ୫୦୦୦ଏମ୍ଏଏଚ୍ ବ୍ୟାଟେରୀ ଓ ୧୮ଡବ୍ଲୁ ଫାଷ୍ଟ ଚାର୍ଜର ଆସୁଅଛି । ଏହା ନବୀନତନ କ୍ୱାଲକମ ସ୍ନାପଡ୍ରାଗନ ୬୬୫ଏଆଇଇ ଅକ୍ଟାକୋର ପ୍ରୋସେସର ଦ୍ୱାରା ଚାଳିତ । ଏଥିରେ ଷ୍ଟୋରେଜ କ୍ଷମତା କୁ ବିସ୍ତାର କରିବା ପାଇଁ ମଧ୍ୟ ସୁବିଧା ଅଛି । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ଗ୍ରେଟର ନୋଏଡାଠାରେ ଏହାର ନିର୍ମାଣ କେନ୍ଦ୍ର ରହିଛି । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ଅଂଚଳରେ ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରଛି ।


