କୋକିଳ କଣ୍ଠୀ ଲତା ମଙ୍ଗେସକର ଙ୍କ ୯୦ତମ ଜନ୍ମ ଦିନ
(ଯୁଗାବ୍ଦ ନ୍ୟୁଜ) ଭାରତୀୟ ସିନେମା କୁ ଅନେକ ଅନେକ ହିଟ ସଙ୍ଗୀତ ଦେଇଥିବା ବଲିଉଡର କୋକିଳ କଣ୍ଠୀ ତଥା ଭାରତ ରତ୍ନ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ଦାଦା ସାହେବ ଫାଲକେ ଆଓ୍ଵାର୍ଡ ସମ୍ମାନ ରେ ସମ୍ମାନୀତ ଲତା ମଙ୍ଗେସକର ଙ୍କ ୯୦ ତମ ଜନ୍ମଦିନ । କେବଳ ହିନ୍ଦି ନୁହେଁ, ଅନ୍ୟ ଆଞ୍ଚଳିକ ଭାଷାରେ ବି ଗୀତ ଗାଇଛନ୍ତି ଲତା। ଲତାଙ୍କ ଗୀତ ‘ଲଗଜା ଗଲେ ‘, ‘ପ୍ୟାରକା ନଗମା ‘, ‘ଆଜ ଫିର୍ ଜିନେ କି ତମନ୍ନା ହୈ ‘, ‘ପିୟା ତୋସେ ‘ ଆଦି ଗୀତ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କି ବାତ ରେ ତାଙ୍କୁ ଜନ୍ମ ଦିନର ଅନେକ ଶୁଭେଚ୍ଚା ଓ ଶୁଭକାମନା ଜଣାଈଛନ୍ତି ।


