ଭିସୁଟର ୪ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର: ସମ୍ବଲପୁର ଭିସୁଟର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ସମ୍ପୃକ୍ତ ୪ ଜଣ ସଂକ୍ରମିତ ହୋଇଛନ୍ତି । ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ୱାମୀ କରୋନାରେ ମୃତ୍ୟୁବରଣ କରିଥିଲେ । ସ୍ୱାମୀଙ୍କ ମୃତ୍ୟୁପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ ଆସିଥିଲା । ଅଧ୍ୟାପିକା ପଜିଟିଭ ଆସିବାରୁ ଭିସୁଟ କର୍ମଚାରୀଙ୍କ ସ୍ୱାବ ନିଆଯାଇଥିଲା । ସଂଗୃହୀତ ୬୦ ସ୍ୱାବରୁ ୪ ଜଣଙ୍କ ନମୁନା ପଜିଟିଭ ଆସିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ