ଭିିଡିଓ ବାର୍ତ୍ତା ମାଧ୍ୟମରେ ଯୁବ ଗୋଷ୍ଠୀଙ୍କୁ ସଚେତନ କଲେ ଗଂଜାମ ଜିଲ୍ଲପାଳ

ଛତ୍ରପୁର (ଦେବଦତ୍ତ ମହାରଣା): ଜାତୀୟ ଯୁବ ଦିବସ ଅବସରରେ ଗୁରୁବାର ଗଞ୍ଜାମ ଜିକ୍କାପାଳ ବିଜୟ ଅମୃତ କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ଜାରି କରି ଶୁଭେଚ୍ଛା ଜଣାଇବା ସହିତ ଯୁବକ ମାନଙ୍କୁ ସଚେତନ କରିବା ପାଇଁ ସ୍ୱତନ୍ତ୍ର ଭାବେ ଏଚଆଇଭି ଏଡସ୍‌, ଟିବି, ରକ୍ତ ଦାନ କୁ ନେଇ ସଚେତନ କରିବା ପାଇଁ ଗଞ୍ଜାମରେ ବହୁ ଉଦ୍ୟମ କରାଯାଇଛି ବୋଲି କହିଥିଲେ । ଜାତୀୟ ଏଡସ୍ ସଂଗଠନ ଓ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସୋସାଇଟି ତରପରୁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି ଗଞ୍ଜାମରେ ତାହାକୁ ପାଳନ କରାଯାଉଛି ଓ ସହଯୋଗ ମଧ୍ୟ କରାଯାଉଛି । ଏହା ବ୍ୟତୀତ ଯୁବକ ମାନଙ୍କ ଏଚଆଇଭି ସଂକ୍ରମଣ ରୋକିବା ପାଇଁ ବହୁ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏହା ସହ ଏଚଆଇଭି ଓ ଟିବି ର ଯେଉଁ ଲିଙ୍କ୍ ରହୁଛି ଏଚଆଇବି ରୋଗୀ ମାନେ ଟିବି ରୋଗରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ଖାଦ୍ୟ ପାନୀୟ ଓ ଚିକିତ୍ସା ନେଇ କାର୍ଯ୍ୟ କରିବା ଆବଶ୍ୟକ ରହିଛି ବୋଲି ଜିଲ୍ଲାପାଳ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହ ସମସ୍ତେ ଏଚଆଇଭି ସଂକ୍ରମଣ ରୋକିବା ଓ ଟିବି ରୋଗୀ ମାନଙ୍କ ଉତ୍ତମ ଚିକିତ୍ସା କରାଇବା ପାଇଁ ପ୍ରତିଜ୍ଞା ନେବା ବୋଲି ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ସମସ୍ତେ ରକ୍ତଦାନ କରି ଅନ୍ୟ ମାନଙ୍କ ଜୀବନ ବଂଚାଇବା ପାଇଁ ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତାରେ ମାଧ୍ୟମରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ