ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

ଯାଜପୁର,(ଯୁଗାବ୍ଦ ନ୍ୟୁଜ୍‌): ଯାଜପୁର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ରହିଥିବା ସମସ୍ତ ସରକାରୀ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ସରକାରୀ ଯୋଜନାରୁ ଲାଭ ଉଠାଇବା ପାଇଁ ଭିନ୍ନକ୍ଷମ ମାନଙ୍କୁ ନିବେଦନ କରିଥିଲେ । ଏହି ଶିିବିରରେ ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତି,ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ମାନେ ସେମାନଙ୍କର ପ୍ରମାଣପତ୍ର ପାଇବା ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ନ ଦୌଡି ପ୍ରତ୍ୟେକ ବ୍ଳକ ଅପିଂସରେ ପାଇପାରିବେ ବୋଲି ଘୋଷଣା କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଭିନ୍ନକ୍ଷମ ମାନଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରାଯିବା ସହିତ ସେମାନଙ୍କୁ ପ୍ରମାଣ ପତ୍ର ସହିତ ୩ ଚକିଆ ଗାଡି,ଧଳା ବାଡି,ଶବଣ ଯନ୍ତ୍ର ଆଦି ଆନୁସଂଗିକ ସାମଗ୍ରୀ ବଂଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ