ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ଗ୍ରାମ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ଗ୍ରାମାଭିମୁଖି ପ୍ରଶାସନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଉଦ୍ଘାଟନ କରି ଦିବ୍ୟାଙ୍କଙ୍କୁ ଉପକରଣ, ବସ୍ ପାସ୍, ପଟ୍ଟା ବଣ୍ଟନ, ଶ୍ରମିକ କାର୍ଡ ଆଦି ହୀତାଧିକାରଙ୍କୁ ବଣ୍ଟନ କରିଥିଲେ । ବଦୁରା ସରପଞ୍ଚ ସଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଗଜପତି ଜିଲ୍ଲା ପରିଷଧ୍ୟ ଅଧ୍ୟକ୍ଷ ଜି.ତିରୁପତି ରାଓ, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚନ୍ଦ୍ର ନାୟକ, ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା, ଉପାଧ୍ୟକ୍ଷା ଏସ. କଲ୍ୟାଣୀ, କାଶୀନଗର ତହସିଲଦାର ସିମାଞ୍ଚଳ ମହାନ୍ତି ପ୍ରମୁଖଙ୍କ ସହ ବହୁ ପଦସ୍ଥ ଅଧିକାରୀ ଓ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଅଭିଯୋଗ ଶୁଣାଣୀ ଶିବିରରେ ୧୩୩ ଭିନ୍ନକ୍ଷମଙ୍କ ପଞ୍ଜୀକରଣ ହୋଇଥିବା ବେଳେ ୧୧୯ ଗ୍ରାମାଞ୍ଚଲ ଆବାସିକ ଯୋଜନା, ୫୨ଗୋଟି ରାସନ କାର୍ଡ, ୩୫ ଗୋଟି କୃଷି ଭିତ୍ତିକ ଅଭିଯୋଗ ଦାଖଲ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ପଣ୍ଡା ତୁରନ୍ତ ଏସବୁର ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବାର ଜଣାପଡିଛି ।