ଉଦଯାପିତ ହେଲା ପୁରୁଣା ବାଲେଶ୍ୱର ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଂଟ

ବାଲେଶ୍ୱର, (ସରୋଜ ପଣ୍ଡା) :-ପୁରୁଣା ବାଲେଶ୍ୱର ଠାରେ ଆୟୋଜିତ ହେଉଥିବା ‘ପୁରୁଣା ବାଲେଶ୍ୱର ପ୍ରିମିୟର ଲିଗ-ସିଜିନ ୮’ ଉଦଯାପିତ ହୋଇଯାଇଛି । ପୁରୁଣା ବାଲେଶ୍ୱର କ୍ରିକେଟ ଆସୋସିଏସନ ପକ୍ଷରୁ ଦୀର୍ଘ ମାସେ ଧରି ୮ଟି ଟିମକୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚ ସହ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ ରାଧାଶ୍ୟାମ ଓ ମା ‘ କଟକ ଚଣ୍ଡୀ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମା’ କଟକ ଚଣ୍ଡୀ ଦଳ ଟସ ଜିତ ନିଦ୍ଧାରିତ ୧୫ ଓଭରରେ ୧୫୩ ରନ ସଂଗ୍ରହ କରିଥିଲା । ଏଥିରେ ଦଳ ପକ୍ଷରୁ ଦିଲ୍ଲୀପ ସେନାପତି ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ । ପ୍ରତିପକ୍ଷ ରାଧାଶ୍ୟାମ ଦଳ ପକ୍ଷରୁ ଅମର କୁମାର ସେନାପତି ୩ ଓଭର ବୋଲିଂ କରି ଦୁଇଟି ୱିକେଟ ନେଇଥିଲେ । ଜବାବରେ ରାଧାଶ୍ୟାମ ଦଳ ନିଦ୍ଧାରିତ ଓଭରରେ ମୋଟ ୮ ୱିକେଟ ହରାଇ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା । ମା’ କଟକ ଚଣ୍ଡୀ ଦଳର ପୂର୍ଣ୍ଣଚନ୍ଦ୍ର ଭୂୟାଁ ମୋଟ ୩ ଓଭରରେ ୧୭ରନ ଦେଇ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ମା ‘ କଟକ ଚଣ୍ଡୀ ଦଳ ୫ ରନରେ ମ୍ୟାଚଟିକୁ ଜିତିବା ସହ ଚାମ୍ପିଅନ ହୋଇଥିଲା । ମ୍ୟାଚ ପରେ ବିକାଶ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ଯୋଗଦେଇ ଚାମ୍ପିଅନ ଦଳକୁ ଟ୍ରଫି ସହ ନଗଦ ୨୭ ହଜାର ଟଙ୍କା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ୧ ନମ୍ବର ୱାର୍ଡ କାଉନସିଲର ସୁସ୍ମିତା ନାଥ, ଯୁବ ସଂଗଠକ ଭାଗବତ ସାହୁ, ମୀନତି ମାଝି, ଗଜେନ୍ଦ୍ର ମାଝୀ, କାର୍ତିକଚନ୍ଦ୍ର ନାଥ, ଚିତରଞ୍ଜନ ଦାସ, ମନ୍ମଥ ସ୍ୱାଇଁ ପ୍ରମୁଖ ଯୋଗଦେଇ ରନର୍ସଅପ ଦଳକୁ ଟ୍ରଫି ସହ ନଗଦ ୨୨ ହଜାର ଟଙ୍କା ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ରାହୁଲ ମାଝୀ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷିତ ହୋଇଥିବା ବେଳେ ମ୍ୟାନ ଅଫ ଦି ସିରିଜ ଭାବେ ରମେଶ ଦାସଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଂଟରେ ତପନ ଦାସ ସର୍ବାଧିକ ୬୫୧ ରନ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଭୂୟାଁ ମୋଟ ୨୬ଟି ୱିକେଟ ନେଇଥିଲେ । ଏଥି ନିମନ୍ତେ ଅତିଥିମାନେ ସେମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଂଟରେ ମନୋରଞ୍ଜନ ମହାପାତ୍ର ଏବଂ ଗୟାଧର ବେହେରା ଆମ୍ପାୟାର ଭାବେ ଦାୟିତ୍ୱ ନିର୍ବାହ କରିଥିବାବେଳେ ପୁରୁଣା ବାଲେଶ୍ୱର କ୍ରିକେଟ କ୍ଲବର ସଦସ୍ୟମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ