ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପରେ ହାଇସ୍କୁଲ ଖେଳ ପଡିଆ ଅଳିଆ ଗଦାରେ ପୂର୍ଣ୍ଣ

କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ଗତକାଲି କରଞ୍ଜିଆ ହାଇସ୍କୁଲ ଖେଳ ପଡିଆ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨0୨୨ ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମ ରେ ପ୍ରାୟ ଏକ ହଜାର ଦିବ୍ୟାଙ୍ଗ ଙ୍କ ସହିତ ତାଙ୍କ ସହାୟତା ପାଇଁ ଆସିଥିବା ଲୋକ ଙ୍କୁ ମିଶାଇ ଦୁଇହଜାର ରୁ ଉର୍ଦ୍ଧ ଲୋକ ଙ୍କ ସମାଗମ ହୋଇଥିଲା । କରଞ୍ଜିଆ ବ୍ଲକ ଓ କରଞ୍ଜିଆ ଏନଏସି ର ଦିବ୍ୟାଙ୍ଗ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ସାର୍ଟିଫିକେଟ ଓ ବିଭିନ୍ନ ଉପକରଣ ମାନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମ ସରିବା ପରେ ଆଜି ଉକ୍ତ ସ୍କୁଲ ଖେଳ ପଡିଆ ସାରା ଅଇଁଠା ଖଲି ଚଉତି ରେ ପରିପୂର୍ଣ ହୋଇ ପଡିରହିଥିବା ଦେଖିବାକୁ ମିଳିଲା । ଆୟୋଜକ ବ୍ଲକ କର୍ତ୍ତୃପକ୍ଷ ଙ୍କ ବେପାରୱା ମନୋଭାବ ଯୋଗୁ ଏହାର ସଫେଇ ନିମନ୍ତେ କୌଣସି ବ୍ୟବସ୍ଥା ହୋଇନଥିବା ରୁ ପଡିଆ ଯାକ ଅଇଁଠା ପଡି ରହିଥିବା ଦେଖିବାକୁ ମିଳିଥିଲା । ପଡିଆ କୁ ଯୋଗ ତଥା ବ୍ୟାୟାମ ଓ ଖେଳିବାକୁ ଆସିଥିବା ଛୋଟ ଛୋଟ ପିଲା ମାନେ ନିରାଶ ହୋଇ ଫେରି ଥିଲେ । କାର୍ଯ୍ୟକ୍ରମ ର ଆୟୋଜକ କାର୍ଯ୍ୟକ୍ରମ ସରିବା ପରେ ପଡିଆକୁ ସଫେଇ ନକରି ଏଭଳି କଦର୍ଯ୍ୟ ଅବସ୍ଥା ରେ ଛାଡି ଯିବାକୁ ସମସ୍ତେ ନିନ୍ଦା କରିଥିଲେ । ସସ୍ଵଛ ଭାରତ ମିଶନ ର କାର୍ଯ୍ୟକାରିତା କିଭଳି ବ୍ଲକ ରେ ହେଉଥିବ ତାହା ଆଜି ପଡିଆ କୁ ଦେଖିଲା ପରେ ଅନୁମାନ କରାଯାଇ ପାରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ