ସମୀର ଟ୍ରାକ୍ଟରର୍ସର ନୂତନ ଶୋରୁମ ଉଦଘାଟିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସମୀର ଟ୍ରାକ୍ଟରର୍ସର ନୂତନ ଶୋରୁମ ସ୍ଥାନୀୟ କଟକ- ଚାନ୍ଦବାଲି ରାଜ୍ୟ ରାଜପଥର ତ୍ରିଲୋଚନପୁର ଠାରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଞ୍ଚାୟତର ତ୍ରିଲୋଚନପୁର ଠାରେ ସମୀର ଟ୍ରାକ୍ଟରର୍ସର ସତ୍ତ୍ୱାଧୀକାରୀ ସମିର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଡିିସିବି ବ୍ୟାଙ୍କର ଜାତୀୟ ମୁଖ୍ୟ ନରେନ୍ଦ୍ର ନାଥ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମୀର ଟ୍ରାକ୍ଟରର୍ସର ନୂତନ ଶୋରୁମକୁ ଫିତା କାଟି ଉଦଘାଟନ କରିଥିଲେ । ଏହି ଉତ୍ସବରେ ଜନ ଡିଅର ଇଣ୍ଡିଆ ପ୍ରା. ଲିଃ.ର ଓଡିଶା ମୁଖ୍ୟ ତଥା ଆଞ୍ଚଳିକ ପ୍ରବନ୍ଧକ ପରିତୋଶ ଶର୍ମା, ଜନ ଡିଅର ଫାଇନାନସିଆଲ ଇଣ୍ଡିଆ ପ୍ରା.ଲିଃ.ର ଓଡିଶା ମୁଖ୍ୟ ତଥା ଆଞ୍ଚଳିକ ପ୍ରବନ୍ଧକ ଅଭିଜିତ ସରକାର, ଜନ ଡିଅର ଇଣ୍ଡିଆ ପ୍ରା. ଲିଃ.ର ଟିଏମ ସେଲସ ଶୁଭଲିପସୁ ଜେନା ଏବଂ ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ ଯେ ଉଚ୍ଚ ଶିକ୍ଷିତ ଯୁବକମାନେ ଚାକିରୀ ପଛରେ ନଗୋଡାଇ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କଲେ ନିଜେ ସ୍ୱାବଲମ୍ବୀ ହୋଇ ଅଧିକ ଅର୍ଥ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇପାରିବେ । ଜନ ଡିଅର କମ୍ପାନୀ ପକ୍ଷରୁ ଯୋଗଦେଇଥିବା ସମସ୍ତ ଅଧିକାରୀମାନେ ଜନ ଡିଅର ଟ୍ରାକ୍ଟରର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମୀର ଟ୍ରାକ୍ଟରର୍ସରୁ ପୂର୍ବରୁ ଜନ ଡିଅର ଟ୍ରାକ୍ଟର ନେଇଥିବା କେତେକ ଚାଷୀ ଟ୍ରାକ୍ଟର ସମ୍ପର୍କରେ ସେମାନନଙ୍କ ମତାମତ ରଖିଥିଲେ । ଏହି ଅବସରରେ ଚାଷୀ ଓ ଗ୍ରାହକମାନଙ୍କୁ ସମୀର ଟ୍ରାକ୍ଟରର୍ସ ପକ୍ଷରୁ ଅତିଥିମାନେ ଉତ୍ତରୀୟ, ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରିବା ସହ ଉପହାର ପ୍ରଦାନ କରିଥିଲେ ।


