ଭୀଷ୍ମଗିରି ଠାରେ ସି ପି ଆଇ ର ଶାଖା ସମ୍ମିଳନୀ ଅନୁଷ୍ଠିତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସି ପି ଆଇ ର  ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।  ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମ୍ମିଳନୀରେ  ବାଦ୍ରି . ସୁକୁଟା ପାତ୍ର ପାର୍ଟି ର ପତାକାକୁ ଉତ୍ତୋଳନ କରିଥିଲେ। ପୁର୍ବତନ ବିଧାୟକ ଆଦିକନ୍ଦ ସେଠି ଓ ଅନ୍ୟାନ୍ୟ ଦିବଙ୍ଗତ ଦଳୀୟ ନେତୃବୃନ୍ଦ ଙ୍କ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା। ଶାଖା ସମ୍ପାଦକଙ୍କ ପକ୍ଷରୁ  ବୃନ୍ଦାବନ ପଣ୍ଡା ସମ୍ପାଦକୀୟ ବିବରଣୀ ପଠନ ପରେ କେତେକ ସାଙ୍ଗଠନିକ ଓ ରାଜନୈତିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପାର୍ଟିର  ସଦସ୍ୟ ସଂଖ୍ୟା ବୃଦ୍ଧି କରାଯିବା। ପାର୍ଟିର ମୁଖପତ୍ର “ନୂଆଦୁନିଆ” ର ଅଧିକ ଗ୍ରାହକ ସଂଖ୍ୟା ବୃଦ୍ଧି କରାଯିବା, ମହିଳା ମାନଙ୍କୁ ସଂଗଠିତ କରି ଏଠାରେ ଉତ୍କଳ ମହିଳା ସମ୍ମିଳନୀର ଏକ ଶାଖା ପ୍ରତିଷ୍ଠା କରାଯିବା, ଛାତ୍ର ମାନଙ୍କୁ ସଂଗଠିତ କରି ଏଠାରେ ଅଖିଳ ଭାରତ ଛାତ୍ର ସଂଘ ଶାଖା ଗଠନ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।  ଆଗାମୀ ଅକ୍ଟୋବର  ୧୧ ତାରିଖ ଦିନ ଛାତ୍ର ସଂଘର ଶାଖା ସମ୍ମିଳନୀ ଅନୁଷ୍ଠିତ କରାଯିବା ସହ ସମ୍ମିଳନୀରେ ଯୋଗ ଦେବାପାଇଁ ଛାତ୍ର ସଂଘର ରାଜ୍ୟ ସଭାନେତ୍ରୀ ସଙ୍ଘମିତ୍ରା ଜେନାଙ୍କୁ ନିମନ୍ତ୍ରଣ କରାଯିବା ନିମନ୍ତେ ପ୍ରସ୍ତାବ ଗୃହୀତ କରାଯାଇଥିଲା।  କୃଷ୍ଣ ଚନ୍ଦ୍ର ଦାସ ଙ୍କ ପ୍ରସ୍ତାବ କ୍ରମେ ଭୀଷ୍ମଗିରି ଠାରେ ପାର୍ଟିର ନିଜସ୍ଵ ଗୃହ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।  ଆଗାମୀ ଡିସେମ୍ବର ମାସ ସୁଦ୍ଧା ଗୃହ ନିର୍ମାଣ  କାର୍ଯ୍ୟାରମ୍ଭ ପାଇଁ ସ୍ଥିର କରାଯାଇଥିବା ଜଣାପଡିଛି।  ପରିଶେଷରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସି ପି ଆଇ ର ଭୀଷ୍ମଗିରି ଶାଖାର ସୁପରିଚାଳନା ପାଇଁ  ଅଶୋକ କୁମାର ସେଠୀଙ୍କୁ ସମ୍ପାଦକ ଓ ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ସହ-ସମ୍ପାଦକ ରୂପେ ନିର୍ବାଚିତ କରାଯାଇଥିଲା।  ଏହି ସମ୍ମିଳନୀରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସି ପି ଆଇ ର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ  ଅଳକ ନାଥ ମିଶ୍ର ଯୋଗଦେଇ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ପାର୍ଟି ସମ୍ମିଳନୀରେ ଗୃହିତ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।  ସୋମନାଥ ଦଳେଇ, ମୂଷା ବେହେରା ଙ୍କ ସମେତ ସି ପି ଆଇ ର ବିଭିନ୍ନ ଶାଖାର ବହୁ ସଂଖ୍ୟକ କର୍ମୀ କାର୍ଯ୍ୟକର୍ତ୍ତା ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ