ଭୀଷ୍ମଗିରି ହାଇସ୍କୁଲ ର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ହାଇସ୍କୁଲ ର ହୀରକ ଜୟନ୍ତୀ ମହୋତ୍ସବ ପାଳନ ପାଇଁ ରବିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଭୀଷ୍ମଗିରି   ହାଇସ୍କୁଲ ପ୍ରଧାନ ଶିକ୍ଷକ  ମନୋଜ କୁମାର ନାୟକଙ୍କ ଆବାହକତ୍ବରେ ହାଇସ୍କୁଲ ପରିସରରେ ଆହୁତ ଏହି ବୈଠକ ରେ  ପୁରାତନ ଛାତ୍ର  ବିଜୟ କୁମାର ବକ୍ସି ସଭାପତିତ୍ଵ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୫୦  ରୁ ଉର୍ଦ୍ଧ ପୁରାତନ ଛାତ୍ର  ଏହି ବୈଠକ ରେ ଉପସ୍ଥିତ ଥିଲେ।   ରାଜେନ୍ଦ୍ର କୁମାର ଗୌଡ ସଭାର ଆଭିମୁଖ୍ୟ କହିବା ପରେ ବୈଠକ ରେ ଉପସ୍ଥିତ ଥିବା ରବି ନାରାୟଣ ପଣ୍ଡା, ବି. ଲବ କୁମାର ପୃଷ୍ଟି, ସନତ କୁମାର ପାଣିଗ୍ରାହୀ, ଶିବରାମ ପଣ୍ଡା, ରାଜେନ୍ଦ୍ର ପ୍ରସାଦ ପାଠୀ, ବୃନ୍ଦାବନ ପଣ୍ଡା, ପ୍ରଶାନ୍ତ କୁମାର ପାଠୀ, ଏ. ନାର୍ଷୁ, ସୂର୍ଯ୍ୟ ନାରାୟଣ ବକ୍ସି, ଇପିଲି. ଦିଲୀପ କୁମାର ପାତ୍ର, ଇପିଲି. ମାଲେଶ୍ଵର ପାତ୍ର, ପୀତାମ୍ବର ଗୌଡ, ସିମାଞ୍ଚଳ ଗୌଡ, ଆଦିକନ୍ଦ ଗୌଡ ପ୍ରମୁଖ ବିଭିନ୍ନ ଆଲୋଚନାରେ  ଅଂଶଗ୍ରହଣ କରିଥିଲେ।୧୯୫୯ ମସିହାରୁ ପ୍ରତିଷ୍ଠିତ ଏହି ହାଇସ୍କୁଲ ବହୁ ଗୌରବ ଅର୍ଜନ କରିପାରିଛି।   ଆଗାମୀ ୨୦୨୩ ଫେବୃୟାରୀ ୧୫ ତାରିଖ  ରେ ପ୍ରସ୍ତାବିତ ହୀରକ ଜୟନ୍ତୀ ମହୋତ୍ସବ ପାଳନ କରିବାକୁ ବୈଠକରେ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରା ଯାଇଥିବା ବେଳେ ଏଥିପାଇଁ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ଡିସେମ୍ବର  ୧୧ ତାରିଖ ରବିବାର ଦିନ ଆହୁତ କରିବାକୁ ସ୍ଥିର କରାଯାଇଥିଲା। ଏହି ହାଇସ୍କୁଲର ସମସ୍ତ ପୁରାତନ  ଛାତ୍ରୀ ଛାତ୍ର ଙ୍କ ତଥ୍ୟ ସଂଗ୍ରହ କରିବା ସହିତ ଅନେକ ପୁରାତନ ଛାତ୍ରୀ ଛାତ୍ର ଦେଶ ବିଦେଶରେ ରହୁଥିବାରୁ ଆଭାସୀ ସଭା  ଜରିଆରେ ସମସ୍ତଙ୍କ ସହିତ ଯୋଗାଯୋଗ କରାଯିବ। ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କୁ କ୍ରିୟାଶୀଳ କରିବା  ପାଇଁ ଆବାହକ ଓ ସଭାପତିଙ୍କ ବ୍ୟତୀତ  ଏକ ୧୧ ଜଣିଆ ପ୍ରସ୍ତୁତି କମିଟି ଗଠନ କରାଯାଇଥିଲା। ଶେଷରେ ଶିବରାମ ପଣ୍ଡା  ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ