ଭୀଷ୍ମଗିରି  ହାଇସ୍କୁଲ ର ହୀରକ ଜୟନ୍ତୀ ପାଇଁ ବ୍ୟାପକ ପ୍ରସ୍ତୁତି   

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ହାଇସ୍କୁଲ ର ହୀରକ ଜୟନ୍ତୀ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରବିବାର ହାଇସ୍କୁଲ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ପୁରାତନ ଛାତ୍ର ତଥା ହୀରକ ଜୟନ୍ତୀ ଅଭ୍ୟର୍ଥନା ସମିତି ର  ସଭାପତି ବାଳକୃଷ୍ଣ ପଣ୍ଡା ବୈଠକରେ ଅଧ୍ୟକ୍ଷତା କରିଥିଲେ।୧୯୫୯ ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ହାଇସ୍କୁଲ ୬୪ ବର୍ଷ ରେ ପଦାର୍ପଣ କରିଥିବା ରୁ ଏହାର ହୀରକ ଜୟନ୍ତୀ ପାଳନ ନିମନ୍ତେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ବିବିଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଡିସେମ୍ବର ୨୬ ଓ ୨୭ ଦୁଇ ଦିନ ବ୍ୟାପି ଏହି ଜୟନ୍ତୀ ମହୋତ୍ସବ କରାଯିବ। ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରୀ ଛାତ୍ର  ଏହି ଜୟନ୍ତୀ ମହୋତ୍ସବ ରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ସେହିପରି ରାଜ୍ୟ ତଥା ରାଜ୍ୟ ବାହାର ର ବହୁ ବିଶିଷ୍ଟ ଅତିଥି ମାନଙ୍କୁ ଏହି ମହୋତ୍ସବ ରେ ଅତିଥି କରାଯିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ହୀରକ ଜୟନ୍ତୀ ଅବସରରେ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ,ସଭା – ସମିତି,ବନ୍ଧୁ ମିଳନ ସହ ଅନେକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବୈଠକ ରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ